ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ : ଚାଷୀଙ୍କ ମୁଣ୍ଡରେ ଚଡକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ବଢି ଚାଲିଛି । ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା, ମଣ୍ଡଳ ପଦର ଓ ଶ୍ରାମ୍ବୁଲି, ଜାରୁଟି ଗ୍ରାମର ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀପଲଙ୍କ ଉପଦ୍ରଵରେ ମୁଣ୍ଡିଗଡ଼ ଏବଂ ଲଙ୍କାଗଡ଼ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଥିବା ବେଳେ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗତ ବିଳମ୍ବିତ ରାତିରେ ମୁଣ୍ଡିଗଡ଼ ପଞ୍ଚାୟତର ଖମନ ପଡ଼ା ଓ ସ୍ରାମ୍ବୁଲି ଗ୍ରାମରେ ହାତୀପଲ ପଶି ନବୀନ ପାତ୍ର ଏବଂ ଅନେକ ଚାଷୀଙ୍କ ଚାଷ ଖାଇବା ସହ ନଷ୍ଟ କରି ଚାଲି ଯାଇଛନ୍ତି । ଗତକାଲି ରାତିରେ ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳର ରେଞ୍ଜର କେ. ସି. ବେହେରା ଏବଂ ଫରେଷ୍ଟର ଓ କର୍ମଚାରୀ ଗଣ ହାତୀ ପୋଲକୁ ଘୋଉଡ଼ାଇବା ଜାରି ରଖିଥିବା ତୁମୁଡିବନ୍ଧ ରେଞ୍ଜର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.