ଗଞ୍ଜାମ : ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ନିମନ୍ତେ ଗଞ୍ଜାମ ପୋଲିସ ଷ୍ଟେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଶ୍ରୀ ସୁନିତା ରାଉତରାୟ ଉଦ୍ଘାଟନ କରିଥିଲେ । ଗଞ୍ଜାମ ପୋଲିସ ଥାନା ତରଫରୁ ଇନ୍ସପେକ୍ଟର ଶ୍ରୀମତୀ ସୁପ୍ରଭା ସାହୁ ସାଇବର ସୁରକ୍ଷା ଓ ଜନସାଧାରଣଙ୍କ ଭୂମିକା ଉପରେ ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଇବର ନିରାପତ୍ତା ବକ୍ତୃତା ପ୍ରତିଯୋଗିତାରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ମୋନାଲିସା ପଲାଇ ପ୍ରଥମ, ଉକ୍ତ ବିଭାଗର ୩ୟ ସେମିଷ୍ଟର ଛାତ୍ରୀ ସୁଶ୍ରୀ ଡି. ଭବାନୀ ଦ୍ଵିତୀୟ ଓ ସୁଶ୍ରୀ ଲିପ୍ସାରାଣୀ ବେହେରା, ପ୍ରାଣୀ ବିଜ୍ଞାନ ବିଭାଗ ୩ୟ ସେମିଷ୍ଟର ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ଛାତ୍ରୀମାନଙ୍କୁ ଗଞ୍ଜାମ ପୋଲିସ ଥାନା ପକ୍ଷରୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିବା ସହ ଥାନା ଅଧିକାରୀ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଗଞ୍ଜାମ ପୋଲିସ ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ପଠାଯିବ । ଛାତ୍ରୀମାନେ ଆହୁରି ଭଲଭାବେ ପ୍ରସ୍ତୁତ ହୋଇ ଗଞ୍ଜାମ ଥାନା ଓ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପାଇଁ ଜିଲ୍ଲା ସ୍ତରରେ ସୁନାମ ଅର୍ଜନ କରନ୍ତୁ ।