ପାଇକମାଲ ପୋଲିସ ଦ୍ୱାରା ଟେମରୀ ହାଇସ୍କୁଲରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଡ଼ୋଳାମଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ କଣ ସେ ବାବଦରେ ଆଲୋକପାତ କରିଥିଲେ ଏବଂ ସେଥିରୁ କେମିତି ନିବୃତ ରହି ନିଜ ଧନ ଜୀବନ ବଞ୍ଚାଇ ପାରିବେ ସେ ଦିଗରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜିତ କୁମାର ସା, ପ୍ରଦ୍ୟୁମ୍ନ ବରିହା, ଉସତଲାଲ ବେଣ୍ଟକାର, ପ୍ରଭାତ କୁମାର ସାହୁ, ଶିକ୍ଷୟିତ୍ରୀ ମମତା ଭୁଏ, ତୃପ୍ତିମୟୀ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.