ରାଉରକେଲାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର – ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ଗଠନରେ ମୂଲ୍ୟବୋଧ ସାମ୍ବାଦିକତା ଆଲୋଚନା ଚକ୍ରକୁ ନେଇ ଅନୁଷ୍ଠିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବକୁ ସମାଜସେବୀ ହରିହର ରାଉତରାୟ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଶରତ ପରିଛା, ସାମ୍ବାଦିକ ଜୀତେନ୍ଦ୍ର ମିଶ୍ର, ଅଶୋକ ପାତ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମଞ୍ଚାସୀନ ଥିଲାବେଳେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅରବିନ୍ଦ ଦାସ ମଞ୍ଚାସୀନ ଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ମୂଲ୍ୟବୋଧ ସାମ୍ବାଦିକତା ଓ ଏଥିରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ସହିତ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ଓ ପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସମ୍ପାଦକ ସରୋଜ କୁମାର ବେହେରା, ଉପସଭାପତି ଅଶୋକ କୁମାର ପାତ୍ର, କାର୍ଯ୍ୟକାରୀ ସଭ୍ୟ ଗନ୍ଦୁର ଓରାମ, ବସନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.