ଆଗଲପୁର ବୁଣାକାରମାନଙ୍କୁ ନେଇ ବାନ୍ଧକଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଦୁଇଦିନିଆ ବାନ୍ଧକଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିଵିରଟି ଆଗଲପୁର ତ୍ରିରଙ୍ଗା ଯୁବକ ସ଼ଙ୍ଘ ଆନୁକୂଲ୍ୟରେ ନାବାର୍ଡ ସହାୟତାରେ ହେଣ୍ଡଲୁମ୍‌ ପ୍ରଡ୍ୟୁସର କମ୍ପାନୀର ବୁଣାକାର ମାନଙ୍କୁ ବାନ୍ଧକଳା ଦକ୍ଷତା ବୃଦ୍ଧି ଉପରେ ତାଲିମ ଦିଆଯାଇଥିବା ସୂଚନାରୁ ପ୍ରକାଶ । ବୁଣାକାରମାନଙ୍କୁ ଦିବ୍ୟାନନ୍ଦ ମେହେର ତାଲିମ ଦେଇଥିବାବେଳେ ହେଣ୍ଡଲୁମ ପ୍ରଡ୍ୟୁସର କମ୍ପାନୀର ଏମ୍‌ଡି କଳାକାହ୍ନୁ ମେହେର, ଯୁବକ ସଂଘର ସଭାପତି ହୃଦାନନ୍ଦ ନାଏକ, ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏହି ତାଲିମ ଶିବିରଟି ଦୁଇଦିନ ଧରି ଚାଲିଥିବା ସୂଚନା ମିଳିଛି । ତାଲିମ ଶିବିରକୁ ହେଣ୍ଡଲୁମ ପ୍ରଡ୍ୟୁସର କମ୍ପାନୀର ସିଇଓ ଆଶିଷ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ବବୁଲୁ ରଣା ଓ ବିମଲ ମେହେର ସହଯୋଗ କରିଥିଲେ ।

Leave A Reply

Your email address will not be published.