ସାଲେପାଲିରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲିି ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନ ମେଳାକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ କୁମ୍ଭାର ଉଦଘାଟନ କରିଥିବା ବେଳେ ବିଚାରକ ଭାବେ ଶ୍ରୀକାନ୍ତ ପଧାନ, ଅଜୟ ପ୍ରଧାନ, ରାଜ ନାଏକ, ପ୍ରଶାନ୍ତ ବାଗ ଯୋଗ ଦେଇଥିଲେ । ଶିକ୍ଷକ ସୁଶାନ୍ତ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିରାଟ ପ୍ରଧାନ, ସୁପ୍ରିତା ଶତପଥି, ପିଙ୍କି ମିର୍ଦ୍ଧା, ପ୍ରଦୀପ ମେହେର, ବିବେକାନନ୍ଦ ରଣା, ମୋହନ ବଗାର, ଜିତୁ ପ୍ରଧାନ ସହଯୋଗ କରିଥିଲେ । ଶେଷରେ ସର୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.