ସାଲେଭଟାରେ‌ ଦୁର୍ଗା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟାରେ ନବନିର୍ମିତ ମା’ ଦୁର୍ଗାଙ୍କ ମନ୍ଦିର‌ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତା. ୭-୧୧-୨୫ ଶୁକ୍ରବାର ସମୟ ସକଳ ୯ଘଣ୍ଟା ସମୟରେ ଗ୍ରାମବାସୀ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଅଙ୍ଗନଦୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ‌ କରିଥିଲେ । ଉକ୍ତ କଳସ ଶୋଭାଯାତ୍ରା ଗଙ୍ଗାଶଙ୍କର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଯଜ୍ଞତଥା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତାଭାବରେ ଆକାଶ ମିଶ୍ର‌ ଓ ତାଙ୍କ ସହଧର୍ମିଣୀ ‌ଇତିଶ୍ରୀ ମିଶ୍ର ଦାୟିତ୍ୱ ତୁଳାଉଛନ୍ତି । ବ୍ରହ୍ମପୁରରୁ ଆଗତ ସୁଦର୍ଶନ ତ୍ରିପାଠି, ସନ୍ତୋଷ ତ୍ରିପାଠୀ, ବଳି ପ୍ରସାଦ ଦାସ, ସରୋଜ ତ୍ରିପାଠୀ, ତାରିଣୀ ଚନ୍ଦ୍ର‌ତ୍ରିପାଠୀ, ବାଦଲ ତ୍ରିପାଠୀ, ବିଘ୍ନେଶ୍ୱର ଦାସ ପ୍ରମୁଖ ପ୍ରତିଷ୍ଠା କାର୍ଯ୍ୟକ୍ରମ ତୁଳାଉଛନ୍ତି । ସେହିପରି ପାରାୟଣରେ ଲଙ୍ଗଳକଟାର ସନତ ଦାସ ପାରାୟଣ ପାଠ କରୁଛନ୍ତି । ଏହି ଅବସରରେ ଚବିଶ ପ୍ରହର ନାମଯଜ୍ଞସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମାନ ଅନୁଷ୍ଠିତ ହେଉଛି । ସ୍ଥାନୀୟ ଚଣ୍ଡିମନ୍ଦିର ପଡ଼ିଆରେ ମୀନା ବଜାର ସହ ମହିଷାସୁର ଦରବାର ମୁଖ୍ୟ ଆକର୍ଷଣ ହୋଇଛି । ମହିଷାସୁର ଭୂମିକାରେ ଅକ୍ଷୟ ଭୋଇ, ସଦାନନ୍ଦ‌ସାହୁ ଓ ପ୍ରଭାସିନି ସାହୁଙ୍କ ଭୂମିକା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ପରିଚାଳନା କମିଟି ସଭାପତି ଗୋପ କୁମାର ପଣ୍ଡା, ସମ୍ପାଦକନ ନ୍ଦଲାଲ ପଟେଲ, କୋଷାଧ୍ୟକ୍ଷ ଦିଲୀପ ମିଶ୍ର, ସୁରେଶ ପଣ୍ଡା, ପ୍ରଫୁଲ୍ଲ ସାହୁ, ବିଜୟ ବେହେରା,ସୁଶିଲ ଗୁରୁ, ଗୋବିନ୍ଦ ଶତପଥୀ, ଆନନ୍ଦ ଚନ୍ଦ୍ର‌ପଟ୍ଟ ନାୟକଙ୍କ ସହ ସମସ୍ତ ଗ୍ରାମବାସୀ ତଥା ଆଖପାଖ ଗ୍ରାମର ଅଞ୍ଚଳବାସୀ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବିଭିନ୍ନ ଦାୟିତ୍ୱରେ ରହି ସହଯୋଗ କରୁଛନ୍ତି ।

Leave A Reply

Your email address will not be published.