ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : ସମ୍ପ୍ରତି କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । କଟକ ବାଲିଯାତ୍ରା ଓଡ଼ିଶାର ଅସ୍ମିତା, ବୀରତ୍ୱ, ସାହାସିକତା, କଳା, ସଂସ୍କୃତି ତଥା ନୌବାଣିଜ୍ୟର ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ଏଠାରେ ବସୁଥିବା ବଜାର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହି ପରିପ୍ରେକ୍ଷୀରେ ରାଉରକେଲାର ଗୃହସ୍ଥୀ ଉଦ୍ୟୋଗ ଷ୍ଟଲ ଜି/୨୧ ଏବଂ ଜି/୨୬ରେ ତାର ବିଭିନ୍ନ ମସଲା ଓ ଖାଦ୍ୟ ପ୍ରସ୍ତୁତ ସାମଗ୍ରୀ ନେଇ ସେଠାରେ ବିପ୍ପଣୀ ଖୋଲିଛି । ସେଠାରେ ମଧ୍ୟ ଗୃହସ୍ଥୀ ବଜାର ପାଖରେ ଗ୍ରାହକଙ୍କ ଭିଡ ଲାଗି ରହିଛି । ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ କ୍ୱାଲିଟି ପାଇଁ ଏହା ଗ୍ରାହକଙ୍କ ପସନ୍ଦ ହୋଇଥିବାରୁ ସେଠାରେ ଅଫର ମଧ୍ୟ ଦିଆଯାଉଛି । ଗୋଟିଏରେ ଗୋଟିଏ ମାଗଣା, ପ୍ରତ୍ୟେକ ୩୦୦ ଟଙ୍କାର କ୍ରୟ ଉପରେ ମଗ୍, ୬୦୦ ଟଙ୍କାର କ୍ରୟ ଉପରେ ଗୋଟିଏ କଣ୍ଟେନର ଓ ପ୍ରତ୍ୟେକ ୧୨୦୦ ଟଙ୍କାର କ୍ରୟ ଉପରେ ଗୋଟିଏ ବାଲଟି ଉପହାର ଭାବେ ଦିଆଯାଉଛି । ଫଳରେ ଗୃହସ୍ଥୀ ବଜାର ପାଖରେ ଭିଡ ପରିଲକ୍ଷିତ ହେଉଛି ।