ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ : ମିନି ଟ୍ରକ, କାର ଜବତ ସହ ୨ ଗିରଫ ୩ ଫେରାର

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଆଜି ସୋନପୁର ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ସହରର ବ୍ଲକ ଛକଠାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ପୋଲିସ ଟିମ୍ ଚେକିଂ ଆରମ୍ଭ କରିଥିଲେ । ଏହି ସମୟରେ ଏକ ମିନିଟ୍ରକ ନଂ (ସିଜି୦୪ପିଇ -୧୫୬୯) କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ସେଥିରେ ଅଭିନବ ଉପାୟରେ ଷ୍ଟିଅରିଂ ତଳେ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ପରେ ମିନିଟ୍ରକରେ ଥିବା ଅଭିଯୁକ୍ତ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ତଥା ଏବେ ଛତିଶଗଡ଼ରେ ରହୁଥ‌ିବା ରିଙ୍କୁ ସାହୁ (୩୦) ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେହିପରି ଗଞ୍ଜେଇ ଚୋରା ଚାଲାଣ ମିନି ଟ୍ରକ ଗାଡ଼ିକୁ ୩ ଯୁବକ ଏସକର୍ଟ ଦେଉଥିବା କାର ନଂ(ଓଡ଼ି୨୩ଜେ -୪୨୦୪) କୁ ମଧ୍ୟ ପୋଲିସ ଧରିଥିବା ବେଳେ ଉକ୍ତ କାରରୁ ବୌଦ୍ଧ ଜିଲା ମନମୁଣ୍ଡା ଥାନା ସହରିପାଲି ଗ୍ରାମର ମଧୁସୂଦନ ଜାଲ(୨୩) ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ମାରିଥିଲେ । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ସେଥିରୁ ୩୦ଟି ପ୍ୟାକେଟରୁ ୩୦ କେଜି ଗଞ୍ଜେଇ ବାହାରିଥିଲା । ଏ ନେଇ ସୋନପୁର ଥାନାରେ ଏନଡିପିଏସ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ସୋନପୁର ପୋଲିସ୍ ।

Leave A Reply

Your email address will not be published.