ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ : ୧କୋଟି ୧୬ ଲକ୍ଷ ୬ ହଜାର ୩୮୬ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ, ୬ ବାଇକ୍ ଓ ଏକ ଚାରିଚକିଆ ଯାନ ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ୪ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୫୦ ଲି ହାତରନ୍ଧା ମଦ, ୧୦୭ ଲି ବାହାର ଭାଟିମଦ, ୪୩୦୦ କେଜି ମହୁଲ ପୋଚ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୧ ହଜାର ୮୫୦ ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲି ବିଅର୍, ୪୨ ଲି ବିଦେଶୀ ମଦ, ୬୭୬୫ ଲି ହାତରନ୍ଧା ମଦ, ୧୪୧୯ ଲି ବାହାର ଭାଟି ମଦ, ୬୦କେଜି ଗଞ୍ଜେଇ ଏବଂ ୧ଲକ୍ଷ ୬୬ ହଜାର ୬୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୬ ଲକ୍ଷ ୬ ହଜାର ୩୮୬ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହା ସହିତ ଛଅ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୨୭ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୨୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.