ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଉଫୁଲା ଗ୍ରାମ ପଞ୍ଚାୟତ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଆଜି ଜିଲ୍ଲାପାଳ ଡ. ନୃପରାଜ ସାହୁ ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ କୁମାର ହାଁସଦା, ଏବିଡିଓ ପୁରୁଷୋତ୍ତମ ଧରୁଆ ମଧ୍ୟ ଉକ୍ତ ଅବସରରେ ଉପସ୍ଥିତ ଥିଲେ । ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ସମସ୍ତ ୱାର୍ଡ ସଭ୍ୟ, ଜିପିଏଲ୍ଏଫ୍ କାର୍ଯ୍ୟକର୍ତ୍ତା ଜିଲ୍ଲାପାଳଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇ ଜିଲ୍ଲାପାଳଙ୍କୁ ସ୍ଵାଗତ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ପଞ୍ଚାୟତ ଦ୍ଵାରା କରାଯାଉଥିବା ସମସ୍ତ ଉନ୍ନୟନ ପ୍ରକଳ୍ପ ତଥା ଜନକଲ୍ୟାଣ ଯୋଜନା ଗୁଡ଼ିକର ରୂପାୟନ ଓ ନଥିପତ୍ର ତନଖି ବିଭିନ୍ନ ତୃଟିବିଚ୍ୟୁତି ସୁଧାର ପାଇଁ ଉପସ୍ଥିତ କର୍ମଚାରୀଙ୍କୁ ଦିଗ୍ ଦର୍ଶନ ପ୍ରଦାନ୍ କରିଥିଲେ । ଏହି ସମୟରେ ଉପସ୍ଥିତ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସମସ୍ତ କାର୍ଯ୍ୟ ଦିବସରେ ନିୟମିତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରହିବା ସହ ଜନସାଧାରଣଙ୍କୁ ଉପଯୁକ୍ତ ସେବା, ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମତପ୍ରକାଶ କରିଥିଲେ । ପରେ ବ୍ଲକର ଲୁତୁରପଙ୍କ ଗ୍ରାମପଞ୍ଚାୟତ ମଧ୍ୟ ପରିଦର୍ଶନ ପାଇଁ ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.