ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ : କିଆ ବନ୍ଧରେ କାଳୀୟଦଳନ ଦୃଶ୍ୟ ହଜାର ହଜାର ଦର୍ଶକ କଲେ ଉପଭୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ମଥୁରା ନଗରୀ ଏବଂ ଗୋପପୁର ସାଜିଛି ଗୋହିରାପଦର । ସର୍ବସାଧାରଣ ଖେଳପଡିଆଠାରେ ରଙ୍ଗମଞ୍ଚରେ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହେଉଅଛି । ମହୋତ୍ସବର ତୃତୀୟ ଦିବସରେ ନନ୍ଦ ଉତ୍ସବ, କାଳୀୟ ଦଳନ, ନାବକେଳି ଦୃଶ୍ୟ ପରିବେଷିତ ହୋଇଥିଲା । ବିଦ୍ୟାଭୂଷଣ ଜୈନଙ୍କ ବାସ ଭବନରେ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଭୂଷଣ ଜୈନ ଏବଂ ତାଙ୍କ ସହ ଧର୍ମିଣୀ ଦୀପା ଜୈନ ନନ୍ଦ ରାଜା, ନନ୍ଦ ରାଣୀ ଦାୟିତ୍ୱ ତୁଲାଇଥିବାବେଳେ ପୁରୋହିତ କାର୍ଯ୍ୟ ଡ. ନାରାୟଣ ମିଶ୍ର ସମ୍ପାଦନ କରିଥିଲେ । ପରେ ଏକ ସୁସଜ୍ଜିତ ରଥରେ ନନ୍ଦ ରାଜା, ନନ୍ଦ ରାଣୀ, କୃଷ୍ଣ, ସୁଦାମା, ଗୋପୀ ଗୋପଙ୍ଗନା ନନ୍ଦ ଉଆସରୁ ସ୍ଥାନୀୟ କିଆ ବନ୍ଧକୁ ପହଁଚିବା ପରେ କିଆ ବନ୍ଧରେ କାଳୀୟ ଦଳନ ଦୃଶ୍ୟ ପରିବେଷଣ ହୋଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ, ପୋଲିସ ପ୍ରଶାସନ ଏବଂ କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଆ ବନ୍ଧରେ କାଳୀୟ ଦଳନ, ନାଵ କେଳି ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ହଜାର ହଜାର ଦର୍ଶକ ଏସବୁ ଦୃଶ୍ୟ ଉପଭୋଗ କରିଥିଲେ । କୃଷ୍ଣ ଭୂମିକାରେ ରୋହନ ମନହୀରା, ବଳରାମ ସିଦ୍ଧାର୍ଥ ପୁଟେଲ, ରାଧାରିଆ ଜୈନ, ସୁଦାମା ଶିବରାମ କଟା ଅଭିନୟ କରିଥିଲେ । କମିଟିର ସଭାପତି ତୁଳସିରାମ ହଂସ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ଉପଭାପତି ଶରତ ଚନ୍ଦ୍ର ସିଂ ଭୋଇ, କୋଷାଧ୍ୟକ୍ଷ ମୁକେଶ ଜୈନ, ପ୍ରମୁଖଙ୍କ ସହ କମିଟି ସଦସ୍ୟ ବହୁସଂଖ୍ୟାରେ ଉପସ୍ଥିତ ଥିଲେ । ଡ. ନାରାୟଣ ମିଶ୍ର କାର୍ଯ୍ୟକ୍ରମର ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.