csstore

ମନ୍ଦିର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଶ୍ରୀଜଗଦ୍ଧାତ୍ରୀ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ସେକ୍ଟର ୨ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କିଛି ମାସ ହେବ ଅସୁସ୍ଥ ଥିଲେ । ତେବେ ଆଜି ଭୋର ୪ଟା ସମୟରେ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସିଡବ୍ଲୁଏସ ହସ୍ପିଟାଲ ଓ ପରେ ଆଇଜିଏଚ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଧର୍ମପରାୟଣ ତଥା ମେଳାପୀ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମହାପାତ୍ରଙ୍କ ବିଧବା ପତ୍ନୀ, ଏକମାତ୍ର ପୁତ୍ର ଓ ଝିଅ ଅଛନ୍ତି । ମୃତ୍ୟୁ ଖବର ପାଇ ଘନିଷ୍ଠ ବନ୍ଧୁ ସାମ୍ବାଦିକ କୁଞ୍ଜବିହାରୀ ରାଉତ, କମଳ ଚନ୍ଦ୍ର ଦାସ, ମହାବିଦ୍ୟାଳୟ ତରଫରୁ ପ୍ରଫେସର ଇଶ୍ଵର ମେହେର, ମନ୍ଦରଧର ଦାସ, ରୋହିତ ମହାନନ୍ଦ, ମୃତ୍ୟୁଞ୍ଜୟ ଶତପଥୀ, ମନ୍ଦିରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମାର୍କଣ୍ଡ ନାଥ, ରବିନ୍ଦ୍ର ନାୟକ, ମନୋଜ ସାମଲ, ମାଟିଆ, ଦିଲ୍ଲୀପ ବେହେରା, ପ୍ରସାଦ ରାଉତ, ପ୍ରଦୀପ ମହାନ୍ତି, ତ୍ରୟଲୋକନାଥ ନାୟକ, ସୁଜିତ ମହାପାତ୍ର, ସଂଗ୍ରାମ ସାମନ୍ତରାୟ, ସୁଧୀର କୁମାର ଦାସ, ଆଲୋକ ପଟ୍ଟନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ବେଦବ୍ୟାସ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତ୍ର ସାହିଲ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.