ବଲାଙ୍ଗିର, (କେପିଏନ୍ଏସ୍) : ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଓ ଭବିଷ୍ୟତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନାଥ, ପିତୃହୀନ, ମାତୃହୀନ ଶିଶୁ, ଏଚ୍ଆଇଭି ପୀଡ଼ିତା, ଯତ୍ନ ଓ ସୁରକ୍ଷା ଆବଶ୍ୟକ ହେଉଥିବା ଶିଶୁଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ ପାଇଁ ୦ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ନ୍ୟାୟ ଆଇନ୍ ଅଧୀନରେ ଶିଶୁ ଗୃହରେ ରଖାଯାଇଥଏ ଏବଂ ଏମାନଙ୍କର ବୌଦ୍ଧିକ, ସାଂସ୍କୃତିକ, ଖେଳା ମାଧ୍ୟମରେ ଅନ୍ତର୍ନିହିତ ଶକ୍ତିକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ପ୍ରତିଯୋଗିତା କରାଯାଇଥାଏ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ” ଏହି ଉତ୍ସବ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”-୨୦୨୫ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପିଆର୍ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ହଳଦିଆ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଉକ୍ତ ମଶାଲ ଶୋଭାଯାତ୍ରାରେ ବାଳିକା ବିଦ୍ୟାଳୟର ଓପିଆର୍ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡ୍ରମ୍ ବାଜା ମାଧ୍ୟମରେ ଆଦୃତ, ଗ୍ରାମ ମଙ୍ଗଳ ପାଠାଗାର, ପାର୍ବତୀ ଗିରି ବାଳନିକେତନ, ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ, ଉତ୍କଳ ବଳ ଶ୍ରମ ଶିଶୁ ଗୃହ ଅନୁଷ୍ଠାନରୁ ୨୦୦ରୁ ଅଧିକ ଶିଶୁ ଉପସ୍ଥିତ ଥିଲେ । ଏହାପରେ ଏହି କାର୍ଯ୍ୟକ୍ରମକୁ ପିଆର୍ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡକ୍ଟର ଅନୁପମା ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଆରମ୍ଭ କରିଥିଲେ ଏବଂ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”-୨୦୨୫ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇ ଶିଶୁ ମାନଙ୍କର କାର୍ଯ୍ୟକ୍ରମକୁ ୨ ଦିନ ଧରି ଚାଲିବ ଜିଲ୍ଲା ସ୍ତରରୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଶିଶୁ ମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ଥିବା କାର୍ୟ୍ୟକ୍ରମକୁ ପଠା ଯିବା ବୋଲି ଜଣାଇଥିଲେ।ଏହି ଅବସରରେ ଡେପୁଟି କଲେକ୍ଟର ପ୍ରଫୁଲ୍ଲ କୁମାର ମହାପାତ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ,ଜିଲ୍ଲା ସଙ୍କୃତିକ ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର,ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ,ପି ଆର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରି ସନ୍ତୋଶିନି ସେଠୀ,ଶିଶୁ ମଙ୍ଗଳ ସମିତିର ଲିନା ବାବୁ ଉପସ୍ଥିତ ରହି ସମସ୍ତ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ଗ୍ରହଣ କରିଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।