ଦେଓଗାଁ ଅଞ୍ଚଳରେ ୨ଟି ପୃଥକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥର ରତନପୁର ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଘଟଣାରେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ନେଇ ସୂଚନା ମିଳିଛି । ଏହାସହ ଦେଓଗାଁ କଛାରପାଲି ସ୍କୁଲ ନିକଟରେ ମଧ୍ୟ ବାଇକକୁ ପଛ ପଟରୁ ଟ୍ରକ୍ ଧକ୍କା ଦେଇଥିବା ବେଳେ ବାଇକରେ ଥିବା ମହିଳା ଜଣଙ୍କ ଗୋଡ କଟି ଯାଇଥିବା ଦେଖିବାକୁ ମିଳିଛି । ବାଇକରେ ସଇଁତଳା ଅଞ୍ଚଳର ଡଙ୍ଗରମୁଣ୍ଡା ଗାଁର ଜଗବନ୍ଧୁ ରଣା, ଜାହ୍ନବୀ ରଣା ବଲାଙ୍ଗିର ପଟକୁ ଯାଉଥିବା ନେଇ ସୂଚନା ମିଳିଛି । ଦୁଇ ପୃଥକ୍ ଦୁର୍ଘଟଣାର ମୃତକ ଏବଂ ଗୁରୁତର ଟ୍ରକ୍ ଡ୍ରାଇଭର ଓ ମହିଳାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.