csstore

ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକଙ୍କ ଆକସ୍ମିକ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଗଗନ ବିହାରୀ ସାହୁଙ୍କର ଆକସ୍ମିକ ବିୟୋଗ ହୋଇଯାଇଛି । ଶନିବାର ଦିବା ୧୦ ଘଣ୍ଟା ପର୍ଯ୍ୟନ୍ତ ସେ ଚଳଚଞ୍ଚଳ ଥିଲେ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲକୁ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସେ ଜଣେ ସରଳ, ମେଳାପୀ ଓ ଦକ୍ଷ ସଂଗଠକ ଥିଲେ । ତାଙ୍କର ଦେହାନ୍ତରେ ଗ୍ରାମରେ ଶୋକର ବାଦଲ ଖେଳିଯାଇଛି ବୋଲି ସାଧାରଣରେ କୁହାଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନ, ସଂଯୋଜକ ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ମହାରଣା, କୋଷଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସରପଞ୍ଚ ବି. ସୁଦାମ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ ଏବଂ ଗ୍ରାମର ବହୁ ଜନସାଧାରଣ ଶେଷ ଦର୍ଶନ କରି ଅନ୍ତ୍ୟେଷ୍ଠ କ୍ରିୟାରେ ସହଯୋଗ କରିଥିଲେ । ପୁତୁରା ସୁଧାଂଶୁ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.