csstore

ଜୈବିକ ଖତ ଓ ସାର ପ୍ରସ୍ତୁତି ତଥା ବ୍ୟବହାର ଉପରେ ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଜୈବିକ ଖତ ଓ ସାର ପ୍ରସ୍ତୁତି ତଥା ବ୍ୟବହାର ଉପରେ ଦ୍ଵିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକର ବିଭିନ୍ନ ଗ୍ରାମରୁ ଚାଷୀ, ସିବିଓ କର୍ମକତ୍‌ର୍ତ୍ତା, କୃଷକ ସାଥି ତଥା ଜୈବିକ ସାର ଓ ଔଷଧ ପ୍ରସ୍ତୁତ କରୁଥିବା ସିବିଓ ଉକ୍ତ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ । ପିଏପିର ସମ୍ପାଦକ ପ୍ରଶାନ୍ତ ନାୟକ, ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ଗ୍ରାମସେବକ ବୈକୁଣ୍ଠ ଜଗତ ପ୍ରମୁଖ ବତ୍‌ର୍ତ୍ତମାନ ରାସାୟନିକ ସାର ତଥା ଔଷଧର ବ୍ୟବହାର ଏବଂ ତାର ସମାଜରେ ପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ । ଜୈବିକ ଖତ ଓ ସାର ଯେଭଳି ହାଣ୍ଡିଖତ, ବୀଜାମୃତ, ନିମ୍ବାସ୍ତ, ଜୀବାମୃତ ଭଳି ସାର ଓ ଖତ ତିଆରିରେ ଆବଶ୍ୟକ ହେଉଥିବା ସାମଗ୍ରୀ ଓ ବ୍ୟବହାର ଉପରେ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପଣ୍ଡା ତାଲିମ ପ୍ରଦାନ କରିବା ସହିତ ଏହାର ତିଆରି ପ୍ରଣାଳୀ ଉପରେ ମଧ୍ୟ ଏକ ପ୍ରଦର୍ଶନୀ କରାଯାଇ ଚାଷୀଙ୍କୁ ସଚେତନ କରାଯାଇଥିଲା । ଦୁଇଦିନ ଧରି ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ସୁଶାନ୍ତ ସା, ପ୍ରଶାନ୍ତ କୁଅଁରଙ୍କ ସମେତ ଓୟୁଏଟିର ଶିବର୍ପିତା ମଞ୍ଜରୀ ତ୍ରିପାଠୀ, ଠାକୁର ଚରଣ ଭୋଇ, ଉତ୍ତମ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.