ବାନେର ସ୍ଥିତ ଆନନ୍ଦ ବୃନ୍ଦାବନ ଠାରେ ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସ୍ଥିତ ଆନନ୍ଦ ବୃନ୍ଦାବନର ପାବନ ଭୂମିରେ ବିଶ୍ୱାତ୍ମ ଚେତନା ପରିଷଦର ପ୍ରତିଷ୍ଠାତା ପରମପୂଜ୍ୟ ସ୍ୱାମୀ ପରମହଂସ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ଵତୀଙ୍କ ମାର୍ଗଦର୍ଶନରେ ପବିତ୍ର ଶ୍ରୀମଦ୍ ଭାଗବତ ପାରାୟଣ ଓ ନିୟମିତ ପ୍ରବଚନର ଶୁଭାରମ୍ଭ ହୋଇଯାଇଛି । ଏହି ଭଗବତ କାର୍ଯ୍ୟକ୍ରମ ନଭେମ୍ବର ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ବୁଧବାର ଦିନ ଆର୍ଯ୍ୟାବର୍ତର ପବିତ୍ର ଗ୍ରନ୍ଥକୁ ଏକ ସୁସଜ୍ଜିତ ରଥରେ ଆନନ୍ଦ ବୃନ୍ଦାବନର ପବିତ୍ର ମାଟି ଛୁଇଁବା ପରେ ଭବ୍ୟ ସ୍ଵାଗତ ଦେଇ ଭକ୍ତମାନେ ଶହ ଶହ ସଂଖ୍ୟାରେ ପାଛୋଟି ଆଣିଥିଲେ । ଗୁରୁବାର ଦିନ ଏକ ଭବ୍ୟ କଳସ ଯାତ୍ରା ଗାଈଧାର ନଦୀରୁ ପବିତ୍ର ଜଳ ଉଠାଇବା ପରେ ଯଜ୍ଞକର୍ମର ଶୁଭାରମ୍ଭ ପୂଜ୍ୟ ସ୍ୱାମୀ ସତ୍ୟ ବେଦାନନ୍ଦ୍ ସରସ୍ୱତୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା । ସ୍ୱାମୀ ସତ୍ୟ ବେଦାନନ୍ଦ ପବିତ୍ର ଭାଗବତ ଗାନ ସହିତ ଆଧ୍ୟାତ୍ମିକ ପ୍ରବଚନ କରୁଥିବା ବେଳେ ସ୍ୱାମୀ ପରମହଂସ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ ସମବେତ ଶ୍ରଦ୍ଧାଳୁଙ୍କୁ ଅମୃତମୟ ପ୍ରବଚନ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଭାଗବତ ପୂଜନ ପଣ୍ଡିତ ଶେଷଦେବ ଯୋଶୀ ଓ ସାଥୀ କରୁଥିବା ବେଳେ ସ୍ୱାମୀ ନିତ୍ୟମୁକ୍ତାନନ୍ଦ ସରସ୍ୱତୀ ସହଯୋଗ କରୁଛନ୍ତି । ପ୍ରବଚନକୁ ଅଧିକ ସଙ୍ଗୀତ ମୁଖର କରାଯାଉଥିବା ବେଳେ ଶ୍ରଦ୍ଧାଳୁମାନେ ଭାଗବତ ପ୍ରବଚନର ପବିତ୍ର ବେଳା ସାଙ୍ଗରେ ବାନ୍ଧି ହୋଇ ରହିଥିବାର ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଉଛି ।

Leave A Reply

Your email address will not be published.