ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ସେଣ୍ଟର ବନ୍ଦ : ଗ୍ରାହକ ହନ୍ତସନ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ଥିକ ବିକାଶ ନିମନ୍ତେ ସରକାରଙ୍କ ଅନୁମୋଦନ କ୍ରମେ ୨୦୨୩ ମସିହାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ସମୟରୁ ଏକ କାଫେକୁ ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ ବିଳାବାଡାକୁ ପରିଚାଳନା ଦାୟିତ୍ୱ ଦେଇଥିଲେ । ସେହି ଦିନଠାରୁ ସୁଲଭ ଦରରେ ସୁସ୍ଵାଦୁ ଏବଂ ଘରୋଇ ଖାଦ୍ୟ ପରଷି ଆସୁଥିଲା । ସବୁ ଠିକଠାକ ଚାଲିଥିଲା ଓ କାଫେ ମଧ୍ୟ ଭଲ ନାଁ କରି ବହୁ ଗ୍ରାହକ ମାନଙ୍କର ପ୍ରିୟ ହୋଇଥିଲା । କିନ୍ତୁ ଅଚାନକ କାଫେଟି ବନ୍ଦ ହେବା ଫଳରେ ପାଖାପାଖି ସରକାରୀ ଅଫିସର କର୍ମଚାରୀ ଓ ଅନ୍ୟାନ୍ୟ ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବିଗତ ଦୁଇ ବର୍ଷ ଧରି ଚାଲିଥିବା କାଫେକୁ ବତ୍‌ର୍ତ୍ତମାନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ କାଫେଟି ବନ୍ଦ ହୋଇଯାଇଛି । ପରିଚଳନା କରୁଥିବା ଗୋଷ୍ଠୀର ସଦସ୍ୟା ଝୁଲି ଚନ୍ଦନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ତୁମ ନାମରେ ଅଭିଯୋଗ ଅଛି ଏଣୁ ତୁମେ କାଫେ ବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଭିଯୋଗ ବିଷୟରେ ଆମକୁ କିଛି ଜଣେଇ ନାହାନ୍ତି କିମ୍ବା ତାର ପ୍ରତିକାର ପାଇଁ ମଧ୍ୟ ଆମ ସହିତ ଆଲୋଚନା କରିନାହାନ୍ତି ବୋଲି ସଦସ୍ୟା ଝୁଲି ଚନ୍ଦନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.