ତୁଷୁରା ପୋଲିସ ଆନୁକୂଲ୍ୟରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପୋଲିସ ଆନୁକୂଲ୍ୟରେ ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆଠାରେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏ‌ସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ପାଲ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା କୁଇଜ ଓ ଡିବେଟ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ମାମି ଦାଶ, ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁରୁଦା ମହାନନ୍ଦ, ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ ପ୍ରଧାନ, ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ନାଗ, ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବଲାଙ୍ଗିର ସାଇବର ଥାନା ଆଇଆଇସି ଭାରତୀ ନାୟକ ଯୋଗଦେଇ ସାଇବର ଅପରାଧର କାରଣ ଓ ନିରାକରଣ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ସାମୁହିକ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମକୁ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଞ୍ଚାଳନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ, ମାରୱାଡି ଜାଗୃତି ଶାଖାର ସଦସ୍ୟା ବୃନ୍ଦ, ଅଙ୍ଗନୱାଡ଼ି କର୍ମୀ, ଜନସାଧାରଣ ଓ ମିଡିଆ ବନ୍ଧୁଗଣ ଯୋଗ ଦେଇଥିଲେ । ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ବିଷ୍ଣୁପ୍ରିୟା କଳା ପରିଷଦ ତୁଷୁରାର କଳାକାର ସାନ, ବଡ ଓ କୁନି ବହୁ ଗ୍ରୁପ ସାଇବର ସୁରକ୍ଷା ଆଧାରିତ ଏକ ନୃତ୍ୟ ନାଟିକା ପରିବେଷଣ କରି ଜନସାଧାରଣଙ୍କ ମନ ମୋହି ନେଇଥିଲେ ।

Leave A Reply

Your email address will not be published.