ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ବ୍ରାହ୍ମଣୀଆପଲ୍ଲୀରେ ବୃଦ୍ଧାଶ୍ରମ ପାଇଁ ଭୂମିପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ମାନବ ସେବା ହିଁ ମାଧବ ସେବା” ଏହାକୁ ଆଧାର କରି ଛତ୍ରପୁରର ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଟ୍ରଷ୍ଟର ସଭାପତି ତଥା ସମାଜସେବୀ ଓ ଛତ୍ରପୁର ସହରାଞ୍ଚଳ ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର (ବୁନୁ ଭାଇ) ଏହି ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଣେ କାଉନସିଲର ହୋଇ ଲୋକଙ୍କ ସେବା କରିବା, ବୃଦ୍ଧ ବାପା ମାଆମାନଙ୍କ ନିମନ୍ତେ ସେବା ଶୁଶ୍ରୁଷା କରିବା ଦିଗରେ ଆଉ ବୁନୁ ଭାଇ ଏକ ପାଦ ଆଗକୁ ବଢିଛନ୍ତି । ସମାଜରେ ଅସହାୟ ଓ ନିରାଶ୍ରୟ ଥିବା ବୃଦ୍ଧବୃଦ୍ଧାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାଉନସିଲର ଶ୍ରୀ ମିଶ୍ର ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ରବିବାର ମଧ୍ୟାହ୍ନରେ ଛତ୍ରପୁର ନିକଟସ୍ଥ ବ୍ରାହ୍ମଣୀଆପଲ୍ଲୀ ଗ୍ରାମରେ ଏକ ବୃଦ୍ଧାଶ୍ରମ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଉଦ୍‌ଘାଟକ ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜୀତ୍ ସାହୁ, ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି, ସମିତିସଭ୍ୟା ଏନ୍. କାନ୍ତାମ୍ମା ପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ଅତିଥି ଯୋଗଦେଇ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ନଡିଆଭାଙ୍ଗି ପୂଜାର୍ଚ୍ଚନା କରି, ଭୂମିପୂଜା କରି ବୃଦ୍ଧାଶ୍ରମ ନିମନ୍ତେ ଶୁଭ ଦିଆଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ଉପଦେଷ୍ଟା ଆଇନଜୀବି ପ୍ରଶାନ୍ତ କୁମାର ଶତପଥି, ସମ୍ପାଦିକା ଝିଲିବାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ସାହୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଛତ୍ରପୁର ପୌର ଉପାଧ୍ୟକ୍ଷ ଜି. ପାପାରାଓ, କାଉନସିଲର ବି. ନିଶ୍ଚଳା ସ୍ୱାମୀ, ଡି. ଇନ୍ଦୁ, ସନ୍ତୋଷୀ ସେଠି ଓ ମମତା ପାତ୍ର, ପୂର୍ବତନ ସମିତିସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ମଥୁରା ଚରଣ ସୁବୁଦ୍ଧି, ଏନ୍. ମୁନା ପାତ୍ର, ବି. ଲିଙ୍ଗରାଜ ପାତ୍ର, ସୋମନାଥ ପାତ୍ର, ସୁବ୍ରତ ପଢିଆରୀ, ଶିକ୍ଷକ ନେତା ରବି ନାରାୟଣ ବେହେରା, ଯଶୋଦା ଫାଉଣ୍ଡେସନର ସାଗରିକା ପଣ୍ଡା, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସି.ଏଚ. ଜନାର୍ଦ୍ଦନ ରେଡ୍ଡୀ, ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ନୀଳ କଣ୍ଠ ଦାସ ଓ ପୂର୍ବତନ କାଉନସିଲର ବି.ରାଜୁବାବୁଙ୍କ ସମେତ ବହୁ ଜନପ୍ରତିନିଧି, ଅଞ୍ଚଳବାସୀମାନେ ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଦେବାଶିଷ ମିଶ୍ର ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ସଭିଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.