csstore

ବ୍ଲକ ସ୍ତରୀୟ ସୁରଭି ଉଦ୍‌ଯାପିତ, ସଂସ୍କୃତି ଓ ପରମ୍ପରା ନୃତ୍ୟରେ ସଚେତନତା ବାର୍ତ୍ତା ଦେଲେ ପ୍ରତିଯୋଗୀ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠିତ ଶିଶୁ ମହୋତ୍ସବ ବ୍ଲକସ୍ତରୀୟ ସୁରଭି ‘ମୋ ସ୍ୱପ୍ନର ଓଡ଼ିଶା୨୦୩୬’ ଉଦ୍‌ଯାପିତ ହୋଇଛି । ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନର ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଅଞ୍ଚଳ ନୋଡାଲ ହାଇସ୍କୁଲ ପରିସର ଆଜି ଦୁଲକୁଛି । ସମସ୍ତ ପ୍ରତିଯୋଗୀ ନିଜ ନିଜ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବାବେଳେ ସଂସ୍କୃତି ଓ ପରମ୍ପରା ବହନ କରୁଥିବା ସଚେତନ ବାର୍ତ୍ତାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ କପିଳେଶ୍ୱର କୁମ୍ଭାର ସଭାପତିତ୍ୱ କରିଥିଲେ । ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଏବିଇଓ ବସନ୍ତ କୁମାର ଭୋଇ, ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇ ଓ ନରେନ୍ଦ୍ର ରଣା, ହୃଷୀକେଶ କାଲସାଏ, ଦଶରଥ ଛତ୍ରିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବାହ୍ନରୁ ବକୃତା, ପ୍ରବନ୍ଧ ଲିଖନ, ଗୀତ, ନୃତ୍ୟ ପ୍ରଭୃତି ୨୮ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଲୋଇସିଂହା ବ୍ଲକ ଅନ୍ତର୍ଗତ ୧୦ କ୍ଲଷ୍ଟରରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରି ତାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀରେ ବିଡ଼ିଓ ଶ୍ରୀ ଉଦୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର, କୁଶଙ୍ଗ ସରପଞ୍ଚ ଗୀତାଞ୍ଜଳୀ ପଟେଲ, ସାଂସଦ ପ୍ରତିନିଧି ଶ୍ରୀ ଧରୁଆ ସମେତ ଅତିଥି ବୃନ୍ଦ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ବର୍ଦ୍ଧିତ କରିଥିଲେ । ବିଚାରକ ମଣ୍ଡଳୀରେ ଭାରତ ନାଗ, ଜଗନ୍ନାଥ ପଟ୍ଟନାୟକ, ସରୋଜ ବିଶ୍ଵାଳ ଓ ମନୋଜ କୁମ୍ଭାର ଦାୟିତ୍ଵ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଗୋବିନ୍ଦ ବେହେରା, ପର୍ଶୁରାମ ସୁନା, ଯାଦବ ନାଏକ ଓ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମିଶ୍ର ସଂଯୋଜନା କରିଥିଲେ । ଆୟୋଜକ ଅଞ୍ଚଳ ନୋଡାଲ ହାଇସ୍କୁଲ ଶିକ୍ଷକ ରୁକ୍ମଣ ଧରୂଆ, ସ୍ୱାଗତିକା ବେହେରା, ବିଜୟୀ ଲକ୍ଷ୍ମୀ ସହାଦେଓ, ଶଙ୍କର୍ଷଣ ମେହେର, ରାଧେଶ୍ୟାମ ରଣା, ସୁଜିତ କୁମାର ଜାଲ, ନୀଳାମ୍ବର କାସାଏ, ଅବିନାଶ ସିଂହ, ଅମ୍ବୁଜ କୁମାର ହୋତା, ଭଗ୍ୟଲତା ପାଇକ, ସୌଦାମିନୀ ଭୋଇ, ମନୋଜ ସାହୁ, ସୁବର୍ଣ୍ଣ ମଞ୍ଜରୀ ନାଗ, ପ୍ରିୟ ରଂଜନ ପଟେଲ, ସନ୍ତୋଷ ରୁଆ, ଦୁଆନୁ ପାଣ୍ଡେ । ସମେତ ସମସ୍ତ ୧୦ କ୍ଲଷ୍ଟରର ସିଆରସି, ଶିକ୍ଷକ/ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଗୋବିନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ୨୮ ଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତରୀୟ ସୁରଭିରେ ଭାଗ ନେବା ପାଇଁ ଘୋଷଣା ହୋଇଥିଲା ।

jayashree
Leave A Reply

Your email address will not be published.