csstore

ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହା ଆମ୍ବାଗାନ ନିକଟସ୍ଥ ସୁପର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏମଜେ କ୍ଲିନିକ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପଟି ରିଲାୟେନ୍ସ ଡାୟାଗନଷ୍ଟିକ୍ସ, ରାଉରକେଲା ଦ୍ୱାରା ସହଯୋଗ ପ୍ରଦାନ କରାଯାଇଥିଲା । ଜିଲ୍ଲା ଗଭର୍ନର ୨୦୨୬–୨୭ ରୋଟେରିଆନ ଆଲମ ସିଂ ରୂପ୍ରା ଓ ଫାଷ୍ଟ ଲେଡି ହରପାଲ ରୂପ୍ରାଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟନ ହୋଇଥିଲା । ସେମାନେ ଏହି ମାନବିକ ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ । ଏହି ଶିବିରରେ ଡାକ୍ତର ଆର୍.ଏନ୍. ଶତପଥୀ, ଡା ଦେବଶ୍ରୀତା, ଡ଼ା. ପ୍ରଶାନ୍ତ କୁମାର ଦାସ, ଡା. ପ୍ରଭାତ କୁମାର ମହାନ୍ତି ନିଶୁଳ୍କ ଭାବେ ସେବା ଦେଇ ୬୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରିଲାୟେନ୍ସ ଡାୟାଗନଷ୍ଟିକ୍ସ ଦ୍ୱାରା ରକ୍ତଚାପ ,ରକ୍ତ ଓ ପରିସ୍ରା, ସ୍ୱାସ୍ଥ୍ୟ ପରୀକ୍ଷା ନିଶୁଳ୍କରେ କରାଯିବା ସଂଗେସଂଗେ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା । ଉପସ୍ଥିତ ସମସ୍ତ ଲୋକ ଏହି ସୁବିଧାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିଲେ । କ୍ଲବ ପକ୍ଷରୁ “ପ୍ରିଭିଲେଜ କାର୍ଡ” ବଣ୍ଟନ ମଧ୍ୟ କରାଯାଇଥିଲା, ଯାହା ଦ୍ୱାରା ୩୦% ରିହାତିରେ ପାଥୋଲୋଜିକାଲ ଟେଷ୍ଟ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଅର୍ବାନ୍‌ର ସଭାପତି ରୋଟାରିଆନ ଇଂ ଉଦିତ କୁମାର ସାହୁଙ୍କ ନେତୃତ୍ୱରେ ସଫଳ ଭାବରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟେରିଆନ ଡେଜି ପ୍ରଧାନ, ଇଂ. ଡି. ମୋହନ ରାଓ, ଡ଼ଃ ପ୍ରଭାତ କୁମାର ମହାନ୍ତି, ଅଶ୍ୱିନୀ ପାତ୍ର, ଦେବବ୍ରତ ନାୟକ, ଶୈଳେନ୍ଦ୍ର ସିଂ, ଉଷା ଦାସ, ବାନାନୀ ଦାସ, ସରୋଜିନୀ ପାଢ଼ୀ, ସୁଶାନ୍ତ କୁମାର ପାଣି, ପ୍ରଦୀପ ଦାସ, ପଦ୍ମିନୀ ସାହୁ, ସସ୍ମିତା ନାୟକ ଓ କ୍ଲିନିକ ତରଫରୁ ମନୋଜ ଅଗ୍ରୱାଲ, ଅରୁଣ ସିଂ, ଅଜୟ ଧର, ଗଙ୍ଗାଜଲ ବାଗ, ପାୟଲ ନନ୍ଦ, ସନ୍ଦୀପ ମିଞ୍ଜ, ସୁରଜିତ କେରକେଟା, ବିଶାଲ ସିନ୍ଦୁରିଆ, ଆଞ୍ଚଲ ଘାସି, ବର୍ଷାରାଣୀ ବେହେରା, ବସନ୍ତ ବେହେରା, ଚନ୍ଦନା ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.