ଓରାମ ସାଂସ୍କୃତିକ ସମାଜ, ଓଡିଶା ଲାଠିକଟାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପାଦା ପାଡହା, ଓଡିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡିଶା ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ନାଉନୀ ଟୁଙ୍ଗରୀ ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପାଦା ପାଡହା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି ଶିବିରରେ ମାନ୍ୟବର ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଫେସର ସାନିରାମ କେରକେଟା (ସୋସିଓଲୋଜି) ଓ ପ୍ରଫେସର ଅଶୋକ କୁମାର ମିଞ୍ଜ ( ଫିଜିକ୍ସ ) ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ସମାଜର ସଂପାଦିକା ରାମିୟା ଓରାମ, ଦାସା ଏକ୍କା ( କାରଠା), କର୍ମା ଏକ୍କା (କଟୱାର), ଦାମୁ ତିର୍କୀ (ସମାଜ ସେବୀ), ଲକ୍ଷ୍ମଣ ତିର୍କୀ (କାହତୋ), ବନ୍ଧନା ଟପ୍ପୋ (ଉପ ଦେଵାନ୍), ଲାଠିକଟା ମୁଲି ପାତହାର କର୍ମକର୍ତ୍ତା ଏବଂ ଧାତଖା ପାଦହାର କର୍ମକର୍ତ୍ତା ଉପସ୍ଥିତ ରହିବା ସହିତ ପ୍ରାୟ ୪୦୦ ଜଣ ପ୍ରଶିକ୍ଷଣ ନେଲେ । ଏହା ଆହୁରି ଚାରି ରବିବାର ଦିନ ମାନଙ୍କରେ ଲାଠିକଟା ନାଉନୀ ଟୁଙ୍ଗରୀରେ ଏହି ପ୍ରଶିକ୍ଷଣ ଚାଲିବ । ପରିଶେଷରେ ବନ୍ଦନା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସମାଜର ସଂପାଦିକା ରାମିୟା ଓରାମ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.