- ନଟରାଜ କଳା ପରିଷଦ କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଟରାଜ କଳା ପରିଷଦ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ କମିଟିର ସଦସ୍ୟଙ୍କ ଦ୍ୱାରା କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ । ଏଥିରେ ନାଟକ ବା, ଜାଦୁବାଲା, ଜମିଦାର, ଭୁଲତା, ତ୍ରିଶଙ୍କୁ, ପାରାଶମଣି ରହିଛି । ସ୍ଥାନୀୟ କୋଶଳ କଳା ମଣ୍ଡପରେ ଆଗାମୀ ଡିସେମ୍ବର ମାସ ୧୨, ୧୩ ଓ ୧୪ ତାରିଖରେ ଆୟୋଜିତ ହେବ । ଏଥିସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହେବ । ଏନେଇ ସ୍ଥାନୀୟ ପାର୍କ ଲେଣ୍ଡରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ପରିଚାଳନା କରିଥିଲେ ହରିନାରାୟଣ ପୂଜାରୀ, ମୁଖ୍ୟ ଉପଦେଷ୍ଟା ଡ. ଶ୍ରୀକର ମିଶ୍ର, ସଂପାଦକ ପ୍ରହଲ୍ଲାଦ ଦର୍ଜି ଏନେଇ ଆଲୋଚନା କରିଥିଲେ ଏବଂ କମିଟିର ସଦସ୍ୟ ନାଟକ କିଭଳି ଉଚ୍ଚ କୋଟିର ହେବ ଆଲୋଚନା ହୋଇଥିଲା । ଏଥିରେ ମୁନୁ ବରାଇ, କିଶୋର ଜାଲ, ଆଶିଷ ଧରୁଆ, ରାମ ପ୍ରସାଦ ଦାଶ, ବଳରାମ ରାଉତ, ସତ୍ୟନାରାୟଣ ଆଚାର୍ଯ୍ୟ, ଅଶ୍ୱିନୀ ନାୟକ, ଲଳିତ ପୁଜାରୀ, ଅରୁଣ ରାଉତ, ସଂଗ୍ରାମ ନାଏକ, ପିଙ୍କି ପୋଡ, ଚମାରୁ ସେଠ, ପାୟଲ ପୋଡ ଓ ମିଲି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।