ଛତ୍ରପୁର ସହରରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୫ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନର ସମ୍ମିଳନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁରଭି -୨୦୨୫ ଶନିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃତିତ୍ଵ ଅର୍ଜନ କରିଥିବା ଛତ୍ରପୁର ସହରାଞ୍ଚଳ ଅଧିନରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ତରଫରୁ ସାଂସ୍କୃତିକ ଦଳ/ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏକକ ଏବଂ ଗୋଷ୍ଠୀଗତ ଭାବେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃତିତ୍ଵ ଅର୍ଜନ କରିଥିବା ସାଂସ୍କୃତିକ ଦଳ କୃତି ବିଦ୍ୟାର୍ଥୀଙ୍କୁ ତଥା ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କାର ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଅନସ୍ଲୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଏ.ବି.ଇ.ଓ. ଶ୍ରୀମତୀ ସଂଯୁକ୍ତା ରଥ ଏବଂ ନମିତା ରାଉତ ପ୍ରମୁଖ ମଞ୍ଚାସୀନ ହୋଇ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ । ପ୍ରଥମ ସ୍ଥାନକୁ କୃତିତ୍ଵ ଅର୍ଜନ କରିଥିବା ଦଳ ତଥା ଛାତ୍ରଛାତ୍ରୀ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମକୁ ମନୋନୀତ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.