ବରଗଡ ଭଟଲୀ ଛକ ରାଣାପ୍ରତାପ ସ୍କୁଲ ପାଖ ଓଭର ବ୍ରିଜଠାରେ ଆଜି ଭୋର ସକାଳ ପ୍ରାୟ ୪ଟା ବେଳେ ପୁଣି ଏକ ଦୁର୍ଘଟଣା

ବରଗଡ, (ମୁନ୍ନା ସାହୁ) : ବରଗଡ ଭଟଲି ଛକ ରାଣାପ୍ରତାପ ସ୍କୁଲ ପାଖ ଜାତୀୟ ରାଜପଥ ଓଭରବ୍ରିଜ୍‌ଠାରେ ଆଜି ଭୋର ସକାଳ ପ୍ରାୟ ୪ଟା ବେଳେ ପୁଣି ଏକ ଦୁର୍ଘଟଣା ଘଟିଛି । ଏକ ଆପାଚେ ବାଇକରେ ସମ୍ବଲପୁର ପଟୁ ଆସୁଥିବା ତିନି ଯୁବକ ଜାତୀୟ ରାଜପଥଠାରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଓଡ଼ି୧୭ ଜେ ୩୦୯୧ ନମ୍ବର ଥିବା ଆପାଚେ ବାଇକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବାଇକର ସାମ୍ନାପଟ ସାଙ୍ଗକୁ ବିଭିନ୍ନ ଅଂଶ ଭାଙ୍ଗିଯାଇଛି । ତେବେ ତିନି ଯୁବକଙ୍କ ଜୀବନ ସୁରକ୍ଷିତ ଥିବାବେଳେ ଆହତ ହେଇଥିବା ଏହି ଯୁବକ ମାନଙ୍କୁ ବର୍ତ୍ତମାନ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଗତ କିଛି ଦିନ ଆଗରୁ ଏହି ଓଭରବ୍ରିଜ ପାଖରେ ବଡ ଧରଣର କାର ଦୁର୍ଘଟଣାରେ ତିନି ଯୁବକଙ୍କ ପ୍ରାଣ ଚାଲିଯାଇଥିଲା ।

Leave A Reply

Your email address will not be published.