csstore

କପିଲାଭଟାରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ୩ୟ ତମ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସହଦେବ ବନ୍ଧରୁ ବିରାଟ ଶୋଭାଯାତ୍ରାରେ ବାହାରି ପୂର୍ଣ୍ଣକଳସ ଆଣି ପୂଜା ସ୍ଥଳରେ ସ୍ଥାପନ କରାଯାଇଥିଲା । ବୁଧବାର ସକାଳେ ପୂଜା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ରାମଚନ୍ଦ୍ର ହଂସ ତାଙ୍କ ସହଧର୍ମିଣୀ ଅମୃତ ହଂସ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ପ୍ରଦୀପ ମିଶ୍ର ଓ ସେବକ ପବିତ୍ର ପୁଟେଲ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମେ ପୂଜା ବିସର୍ଜନ ସାରିବା ପରେ ଦୋଳବାଦ୍ୟ, ସଂକୀର୍ତନର ତାଳେ ତାଳେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ କପିଲାଭଟା ଗାଁର ଅମୃତ ସରୋବର ଠାରେ ଭସାଣୀ କରାଯାଇଥିଲା । ଏଥିରେ ଆୟୋଜକ କମିଟୀ ର ଆବାହକ ହୁଲେଶ୍ୱର ହଂସ, ସଭାପତି ମନ୍ମଥ ହଂସ, ଉପସଭାପତି କର୍ଣ୍ଣ ହଂସ, ସମ୍ପାଦକ ବିଷ୍ଣୁପ୍ରସାଦ ଗହୀର, ସହ ସମ୍ପାଦକ କୁବେର ହଂସ, କୋଷାଧ୍ୟକ୍ଷ ଭକ୍ତବନ୍ଧୁ ହଂସ, ସହ କୋଷାଧ୍ୟକ୍ଷ ଦୁର୍ମନ ହଂସ, ଉପଦେଷ୍ଟା ବୀର ହଂସ, ପାର୍ଥ ହଂସ, ପୃଥିରାଜ ବାଗ, ଦୁର୍ଦକ୍ଷ ହଂସ, ସଦସ୍ୟ ଦୟାକର ଗହୀର, ହେମନ୍ତ ହଂସ, ଯୁବରାଜ ହଂସ, ସନ୍ତୋଷ ହଂସ, ଅନନ୍ତ ହଂସ, ସୁରେନ୍ଦ୍ର ହଂସ, ହର ହଂସ, କୁବେର ହଂସ, ହରେଶ ବେହେରା, ପରମାନନ୍ଦ ଛତ୍ରିଆଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ୪ ଦିନ ଧରି ଏହି ପୂଜା ଆୟୋଜନ କରାଯାଇଥିବାରୁ ଗାଁଉତ୍ସବ ମୁଖର ହୋଇପଡିଥିଲା । ଗାଁ ଆଲୋକ ମାଳାରେ ସୁସଜ୍ଜିତ ହୋଇଥିବା ବେଳେ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

jayashree
Leave A Reply

Your email address will not be published.