ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାବିତ ତଥା ସମାଜସେବୀ ଓ ଜ୍ୟୋତିର୍ବିଦ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀନଗର, ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାମାନନ୍ଦ ସାଗର କୃତ ‘ରାମାୟଣ’ର ସୀତା ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶ୍ରୀମତୀ ଦୀପିକା ଚି଼ଖଲିଆ (ପୂର୍ବତନ ସାଂସଦ) ସୁଦୂର ମୁମ୍ବାଇରୁ ଆସି ଯୋଗ ଦେଇଥିଲେ । ଏହି ଅବସରରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ପ୍ରାନ୍ତ ସଂଘ ଚାଳକ, ଓଡିଶା ପଶ୍ଚିମ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସନାତନ ପ୍ରଧାନ, ବଲାଙ୍ଗିର ମ୍ୟୁନସିପାଲଟି ଚେୟାରମ୍ୟାନ ଶ୍ରୀମତୀ ଲିକା ସାହୁ ପ୍ରମୁଖ ଯୋଗ ଦେଇ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ଶ୍ରୀ ଗୁରୁଙ୍କ ପୁତ୍ର ଘଣ୍ଟେଶ୍ୱର ଗୁରୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟ ମଧ୍ୟରେ ଶ୍ରୀମତୀ ଦୀପିକା ଜି ରାମାୟଣର ଗୋଟିଏ ସଂଳାପ କହି ଶୁଣାଇ ଥିଲେ, ଯେଉଁଥିରେ କି ପୁରା ଦର୍ଶକ ଅଭିଭୂତ ହୋଇଯାଇଥିଲେ । ସେ ତାଙ୍କ ବକ୍ତବ୍ୟରେ ବଲାଙ୍ଗିର, ଓଡିଶା ସମ୍ବଲପୁରୀ ଶାଢ଼ୀ ଓ ସଂସ୍କୃତିକୁ ଖୁବ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ସେ ବଲାଙ୍ଗିରରେ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଦୁର୍ଗା ମା’ ମନ୍ଦିର ଦର୍ଶନ କରିଥିଲେ ଓ କିଛି ସମ୍ବଲପୁରୀ ଶାଢ଼ୀ କିଣିଥିଲେ । ଏ ପରିପ୍ରେକ୍ଷୀରେ ସେବା ପାଇଁ ସୁଶ୍ରୀ ରମାଦେବୀ ଯାନୀ, ଶିକ୍ଷକତା ପାଇଁ ତ୍ରିନାଥ କୁଅଁର, ଜ୍ୟୋତିଷି ପାଇଁ ଶଶିଭୂଷଣ ଶତପଥି ଓ ସଂସ୍କୃତର ବିକାଶ ପାଇଁ କ୍ରିଷ୍ଣା ମହାକୁର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.