ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜିର ଗୁରୁତ୍ଵପୂର୍ଣ୍ଣ ଖବର । ରାୟଗଡ଼ା ବ୍ଲକ ପିତାମହଲ ଟ୍ରେନ ଲେବେଲ କ୍ରସିଂ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ମହିଳା ଗୁରୁତର । ଗୁରୁତର ମହିଳା ଜଣକ କନ୍ଧଖୁଲମ ଗ୍ରାମର ତୁଳସୀ ଉଲକା ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଟ୍ରେନ ଆସୁଥିବାରୁ ଲେବେଲ କ୍ରସିଂ ଗେଟ୍ ବନ୍ଦ ଥିଲା । ହେଲେ ମହିଳା ଜଣକ ନିୟମ ଉଲଂଘନ କରି ଟ୍ରେନ ଲାଇନ ପାର ହେଉଥିବା ବେଳେ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଯାତ୍ରୀ ବାହି ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଟ୍ରେନଟି ମହିଳାକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏ ସଂପର୍କରେ ଖବର ପାଇ ରାୟଗଡ଼ା ଓ ଶେଷଖାଲ ପୁଲିସ ମେଡିକାଲରେ ପହଞ୍ଚି ଏହି ଘଟଣା କିପରି ଘଟିଲା ତାହାର ଅନୁଧ୍ୟାନ କରୁଛି ।
Prev Post