ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର, ଟେବଡାମୁଣ୍ଡା, ସିନ୍ଦିରାବାହାଲି ତ୍ରିକୋଣ ଛକରେ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ୧୯ତମ ଗିରିଗୋବର୍ଦ୍ଧନ ପୂଜା ଏବଂ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂଜା କାର୍ଯ୍ୟ ପାଇଁ କର୍ତ୍ତା ଭାବେ ସୁରୁ ବାଗ ଏବଂ ତାଙ୍କ ଧର୍ମ ପତ୍ନୀ ସୁଷମା ବାଗ ଦାୟିତ୍ଵ ନେଇଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ହୀରା ବାଗ, ଦିଲୀପ ବାଗଙ୍କ ସହ କମିଟିର ସଭ୍ୟମାନେ ସହଯୋଗ କରିଥିଲେ ।
Prev Post