jayashree

ଆଇ.ଆର୍.ଇ.ଏଲ୍. ପକ୍ଷରୁ ଶତାଧିକ ଟି.ବି. ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସଭା ଗୃହରେ ଟିବି ରୋଗୀଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଯିବା ସହ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବିତରଣ କରାଯାଇଥିଲା । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜ୍ୱଳନ କରି ଅତିଥିମାନଙ୍କ ଦ୍ଵାରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ହସ୍ପିଟାଲର ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିବି ରୋଗୀଙ୍କୁ ଫୁଡ୍ ବାସେକେଟ୍ ବିତରଣ କରାଯାଇଥିଲା । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏବଂ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ସୌଜନ୍ୟରେ ଶତାଧିକ ରୋଗୀଙ୍କୁ ଫୁଡ୍ ବାସ୍କେଟ୍ ବଣ୍ଟନ କରାଯାଇଥିଲା । ଏହି ସଭାରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ୱାଧିନ ରଥ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ଗଣେଷ ନାହାକ, ଛତ୍ରପୁର ବ୍ଲକ୍ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷ ବରିଷ୍ଠ ମ୍ୟାନେଜର (ସି.ଏସ.ଆର୍.) ଦୀପକ କୁମାର ମିଶ୍ର, ମ୍ୟାନେଜର ଖଣି ବିଭାଗ ମନୋଜ କୁମାର ନାୟକ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଯକ୍ଷ୍ମା ଲେବ ଟେକ୍ନିସିୟାନ୍ ପ୍ରଦୀପ କୁମାର ଓଁକାର,ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଟିବି ଚାମ୍ପିୟାନ ଏବଂ ସ୍ୱେଚ୍ଛାସେବୀଗଣ, ସମସ୍ତ କର୍ମଚାରୀ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ । ଏହି ସଭାରେ ପ୍ରଥମେ ଜଣ ଜଣ କରି ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକ୍ତର ଶ୍ରୀ ପାତ୍ର ପଚାରି ବୁଝିଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଶ୍ରୀ ରଥ ଟିବି କିଭଳି ମୂଳଉତ୍ପାଟନ ହୋଇପାରିବ, ସେ ଦିଗରେ ସଂକ୍ଷିପ୍ତ ଭାବରେ ବୁଝାଇ ଭୟାବହ ରାଜଯକ୍ଷ୍ମା ଅବା ଯକ୍ଷ୍ମା ରୋଗର ଲକ୍ଷଣ,ପାଦୃଭାବ ନିରାକରଣ ଉପରେ ସଚେତନତା କରାଯାଇଥିଲା । ଉଚ୍ଚପଦାଧିକାରୀମାନେ ବିସ୍ତୃତ ଭାବରେ ଏହି ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ମ୍ୟାନେଜର ଗଣେଶ ନାହାକ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.