ଟିଟିଲାଗଡ଼ ଶ୍ରୀରାମ ଗୋ-ସେବା ସଦନ ତରଫରୁ ଗୋପାଷ୍ଟମୀ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ଗୋପାଷ୍ଟମୀ ଉତ୍ସବ ଟିଟିଲାଗଡ଼ ମୁକ୍ତି ଧାମ ନିକଟସ୍ଥ ଶ୍ରୀରାମ ଗୋ-ସେବା ସଦନରେ ଗୁରୁବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ସଭାପତି ସତ୍ୟ ନାରାୟଣ ଗୁପ୍ତାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋପାଷ୍ଟମୀ କିପରି ଧୁମଧାମରେ ପାଳନ କରାଯିବ ସେନେଇ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଆଲୋଚନା କରାଯାଇଛି । ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ଗୁରୁବାର ସକାଳେ ୮.୩୦ ମିନିଟ ସମୟରେ ପୂଜାର୍ଚ୍ଚନା, ୧୧ଟାରେ ଗୋପୂଜନ ଓ ୧୨.୩୦ରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସଭାପତି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି । ଉକ୍ତ ପବିତ୍ର ଦିନରେ ସହରବାସୀ ତଥା ଗୋପ୍ରେମୀଙ୍କୁ ନିମନ୍ତ୍ରଣ କରିବା ସହ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ କୋଷାଧ୍ୟକ୍ଷ ରମେଶ କନୋଡିଆ, ସହ ସମ୍ପାଦକ ରାଜେଶ ଅଗ୍ରୱାଲ, ଉପ ସଭାପତି ବିନୋଦ ମରୋଦିଆ, ମୁଖ୍ୟ ଟ୍ରଷ୍ଟି ନିର୍ମଳା ଅଗ୍ରୱାଲ, କାର୍ଯ୍ୟକାରିଣୀ ସଦସ୍ୟ ଜଗଦୀଶ ପ୍ରସାଦ ଅଗ୍ରୱାଲ, ଶମ୍ଭୁ ପ୍ରସାଦ ଗୋଏଲ, ଶମ୍ଭୁ ଗୋଏଲ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.