csstore

କପିଲାଭଟାରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ – ଦ୍ଵିତୀୟ ଦିବସ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବର ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜିତ ଦ୍ଵିତୀୟ ଦିବସରେ ସଭାପତି ମନ୍ମଥ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବଲାଙ୍ଗିରର ପୂର୍ବତନ ଉପାଧ୍ୟକ୍ଷ ନିରୂପମା ମାଝୀ, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ, ମୁଖ୍ୟବକ୍ତା ଭାବେ କପିଲାଭଟା ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନୀଳମଣି ବିଶି, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସାମ୍ବାଦିକ ଦୀପକ କୁମାର ଦାସ ଯାଦବ, ସାମ୍ବାଦିକ ସୁଶାନ୍ତ ବେହେରା , ନାରୀନେତ୍ରୀ ପିଙ୍କି ଖର୍ସେଲ, କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଂକଧର ବିଶ୍ୱାଳ, ନାଏବ ସରପଞ୍ଚ ଝସକେତନ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାରମାନଙ୍କୁ ସୁଯୋଗ ଦେବାର ଏକ ମଞ୍ଚ ପାଲଟିଛି ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆବାହକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.