ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ସପ୍ତାହ ବ୍ୟାପୀ ପ୍ରତିଯୋଗିତା ଅକ୍ଟୋବର ୨୧ରେ ନାରାୟଣୀ କଲୋନୀରେ ଦିପାବଳୀ ପାଳନ ସହଯୋଗ ଫାଉଣ୍ଡେସନ ତରଫରୁ ଅକ୍ଟୋବର ୨୨ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଠାରେ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆମର ବଲାଙ୍ଗିର ଟିମ ତରଫରୁ ଅକ୍ଟୋବର ୨୩ରେ ବଲାଙ୍ଗିର ପି ପି ଏକାଡେମୀ ଠାରେ ଉଦ୍ଘୋଷକ- ଉଦ୍ଷୋଷିକା ପ୍ରତିଯୋଗିତା ଷ୍ଟେଜ କମିଟି ପକ୍ଷରୁ ଅକ୍ଟୋବର ୨୪ରେ ସମଲେଇ ମନ୍ଦିରରେ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା ସମଲେଇ ମନ୍ଦିର ଆଳତୀ କମିଟି ପକ୍ଷରୁ ଅକ୍ଟୋବର ୨୫ରେ ଶାନ୍ତିପଡା ଶ୍ମଶାନରେ ସଫେଇ କାର୍ଯ୍ୟକ୍ରମ ଟାଇଗର କ୍ଲବ୍ ପକ୍ଷରୁ, ଟାଉନ୍ ବାଳିକା ବିଦ୍ୟାଳୟରେ ଆର୍ଟ ଆଣ୍ଡ କ୍ରାର୍ଫ୍ଟ ପ୍ରତିଯୋଗିତା ମେରା ହୁନର ପକ୍ଷରୁ, କଲେଜ ଛକ କଲ୍ୟାଣ ମଣ୍ଡପରେ ରଙ୍ଗୋଲି ପ୍ରତିଯୋଗିତା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଅକ୍ଟୋବର ୨୬ରେ ପି ପି ଏକାଡେମୀରେ ନୃତ୍ୟ ପ୍ରତିଯୋଗିତା ବଲାଙ୍ଗିରିଏନ ଧାଙ୍ଗିରି ଗୃପ ପକ୍ଷରୁ, ଫେନ୍ସି ଡ୍ରେସ ଓ ଆମର ପିନ୍ଧନ ଉଢନ ରାମ୍ଫ ସୋ’ ମହନୀ ନୃତ୍ୟ କଳା ଓ ଗବେଷଣା କେନ୍ଦ୍ର ପକ୍ଷରୁ, କଲେଜ ଛକ କଲ୍ୟାଣ ମଣ୍ଡପରେ ମେହେନ୍ଦି ଓ ଆମର ପିଠା ମଡା ପ୍ରତିଯୋଗିତା ସଂପୂର୍ଣ୍ଣା ସାମାଜିକ ଅନୁଷ୍ଠାନ ପକ୍ଷରୁ, ବଲାଙ୍ଗିର ବ୍ଳଡ ବ୍ୟାଙ୍କରେ ରକ୍ତଦାନ ଶିବିର ଡେଙ୍ଗ ହାଇସ୍କୁଲ ପକ୍ଷରୁ ଅକ୍ଟୋବର ୨୬ରେ ବିଶ୍ୱତ୍ମା ବିଦ୍ୟାମନ୍ଦିରରେ ଗୀତ ପ୍ରତିଯୋଗିତା ଜୟ ବଲାଙ୍ଗିର ଟିମ ପକ୍ଷରୁ ଟାଉନ୍ ବାଲିକା ବିଦ୍ୟାଳୟରେ ଷ୍ଟାଣ୍ଡପ କମେଡି ସାମେ ଏ ମେହେଫିଲ ପକ୍ଷରୁ ଅକ୍ଟୋବର ୨୮ରେ ବଲାଙ୍ଗିର ସୈନିକ ଭବନରେ କୋାଲି କବିତା ଆସର ତହକ କୁଟୁମ୍ ପକ୍ଷରୁ ଅକ୍ଟୋବର ୨୯ରେ ତୁଲସୀନଗର ଦୁର୍ଗା ମଣ୍ଡପ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ଦୁର୍ଗା ପୂଜା କମିଟି ପକ୍ଷରୁ ଅକ୍ଟୋବର ୩୦ରେ ଆଲୋଚନା ଚକ୍ର ମାହେଶ୍ୱରୀ ସଂଗଠନ ପକ୍ଷରୁ ଆୟୋଜିତ ହେବ ଏବଂ ନଭେମ୍ବର ୧ ସକାଳ ୯ଟାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ରଥ, ଦିନେଶ ଶର୍ମା, ଗୋପାଳ ପ୍ରଧାନ, ସଙ୍ଗୀତା ଦାସ, ସରିତା ଦାସ ଓ କମିଟି ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପରିଚାଳନା କରିଥିଲେ ବିଦୁ ଭୁଷଣ ତ୍ରିପାଠୀ ଓ ଶେଷରେ ଲୋଟସ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post