ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ବିଷୟ ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠି ପ୍ରକାଶ କରିଛନ୍ତି । ତାଙ୍କ ନାମରେ ଦାରିଙ୍ଗବାଡି ଥାନାରେ ପକ୍ସୋ ମାମଲା (୨୧୫ /୨୫ )ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଉକ୍ତ ଥାନା ଡମକ୍ଲ୍ୟିୁ ଅଞ୍ଚଳର ବାପି ପ୍ରଧାନ ବୋଲି ପୋଲିସ କହିଛି । ଅଭିଯୁକ୍ତଙ୍କ ଠାରୁ ନାବାଳିକାଙ୍କୁ ଅପହରଣରେ ବ୍ୟବହୃତ ବାଇକକୁ ପୋଲିସ ଜବତ କରିଛ । ଘଟଣା ପରେ ଅଭିଯୁକ୍ତ ବାହାର ରାଜ୍ୟକୁ ଫେରାର ପାଇଁ ଖସି ପଳାଉଥିବା ବେଳେ ପୋଲିସ ଅଭିଯୁକ୍ତ ବାପିର ଫୋନକୁ ଟ୍ରାକ କରି କନ୍ଧମାଳ-ଗଞ୍ଜାମ ସୀମାରେ ତାକୁ କାବୁ କରିବାରେ ସଫଳ ହୋଇଥିଲା । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଦିନ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ (୧୨)ଙ୍କୁ ବାପି ପ୍ରଧାନ (୩୭) କହିଥିଲେ ଯେ, ତୁମବାପା ମୋ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତୁମ ପାଇଁ ଚପଲ କିଣିଦେବାକୁ, ଏହା ଶୁଣି ଛାତ୍ରୀ ଜଣକ ବିଶ୍ୱାସ କରି ତାଙ୍କ ସହ ବାଇକ୍ରେ ଯାଇଥିଲେ । ବାଟରେ ଯୁବକ ଜଣଙ୍କ ତାଙ୍କୁ ଅପହରଣ କରି ଏକ ଜଙ୍ଗଲ ଭିତରକୁ ନେଇ ମାରଣାସ୍ତ୍ର ଦେଖାଇ ବଳାତ୍କାର କରିଥିଲେ । କାହାକୁ ଏହି ବିଷୟରେ କହିଲେ ତାଙ୍କୁ ଜୀବନରେ ମାରିଦେବାକୁ ଚେତାବନୀ ଦେଇଥିଲେ । ପରେ ଛାତ୍ରୀ ଜଣଙ୍କ ଗାଁକୁ ଫେରି ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ମହିଳାମାନେ ଓ ତାଙ୍କ ସମ୍ପର୍କୀୟ ମାନେ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଘଟଣାକୁ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ସୋମବାର ତାଙ୍କୁୁ ଗିରଫ କରିବାରେ ସଫଳ ହୋଇଥିଲ । ନାବାଳିକା ଅଷ୍ଟମ ଶ୍ରେଣୀଛାତ୍ରୀଙ୍କ ବାପା ଓ ମା’ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେକେ ପୀଡିତା ନାବାଳିକାଙ୍କ ଉପରେ ତାଙ୍କର ଆହୁରି ଛୋଟ ଭାଇ ଭଉଣୀ ରହିଛନ୍ତି । ସେମାନଙ୍କ ଦାୟିତ୍ୱ ପୀଡିତା ନାବାଳିକାଙ୍କ ଉପରେ ରହିଥିବା ଓ ସେ ଏହି ପରିସ୍ଥିତିରେ ମଧ୍ୟ ତାଙ୍କ ସାନ ଭାଇ ଭଉଣୀଙ୍କ ଦାୟିତ୍ୱ ତୁଳାଉଥିବା ଜଣାପଡିଛି ।