ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପଞ୍ଚଦିବସୀୟ ‘ସମ୍ଭବ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି, ଝାରବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭମ୍ କୁମାର ପତି ସ୍ଵତନ୍ତ୍ର ଅତିଥି ଓ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଳମ୍ବ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପଞ୍ଚଦିବସୀୟ ତାଲିମ ଶିବିରରେ ଶୁଭମ୍ କୁମାର ପତି, ବେଣୁଧର ବରିହା, ଅଜୟ କୁମାର ମେହେର, ସଞ୍ଜୟ ଖମାରୀ, ସଙ୍ଗୀତା ରାଣୀ ମିଶ୍ର, ପୁସ୍ତମ ବିଶି, ସାଧନ କର୍ମୀ ରୂପେ ଯୋଗ ଦେଇଥିଲେ । ୪ଟି ବ୍ଲକରୁ ୯୫ ଜଣ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏହି ଶିବିରରେ ତାଲିମ ପ୍ରାପ୍ତ ହେବେ । ପେଡ଼ାଗୋଜି କୋର୍ଡିନେଟର୍ ଶ୍ରୀମତୀ ପୁଷ୍ପା ଦାଶ କାର୍ଯ୍ୟକ୍ରମ ପରିଚାଳନା ନିରୀକ୍ଷଣ କରିବାକୁ ଆସିଥିଲେ । ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Next Post