ବଲାଙ୍ଗିର ସାଇବର ଓ ଟ୍ରାଫିକ ପୋଲିସ ପକ୍ଷରୁ ସାଇବର ସଚେତନତା ଶିବର

ବଲାଙ୍ଗିର : ଦିନକୁ ଦିନ ସାଇବର ଠକେଇ ବଢି ବଢି ଚାଲିଛି । ଅନକେ ନିରୀହ ଲୋକ ଏହି ସାଇବର ଠକେଇର ଶିକାର ହେଉଛନ୍ତି । ଟିକିଏ ଭୁଲ ପାଇଁ କେତେବେଳେ କାହାର ଆକଉଣ୍ଟରୁ ଆଖି ପିଛୁଲାକେ ଟଙ୍କା ଗାୟବ ହୋଇ ଯାଉଛି ତ ଆହୁରି କାହାର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇ ବ୍ଲାକମେଲିଂର ଶିକାର ହେବାକୁ ପଡ଼ୁଛି । ଏମିତି ଅନେକ ପ୍ରକାରର ସାଇବର ଠକେଇର ଶିକାର ହେଉଛନ୍ତି ସାଧାରଣ ଜନତା ଓ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁକୁ ଆଖି ଆଗରେ ରଖି ଗତ ୨୦ ତାରିଖରେ ବଲାଙ୍ଗିର ସାଇବର ଓ ଟ୍ରାଫିକ ପୋଲିସ ପକ୍ଷରୁ ମାଁ ସମେଲଇଶ୍ୱରୀ ମନ୍ଦିର ଛକ ନିକଟରେ ନିଆରା ଏକ ସାଇବର ସଚେତନତା ଶିବର ଅନୁଷ୍ଠିତ ହୋଇଥିଲା ।

ସାଇବର ଆଇଆଇସି ଶ୍ରୀମତୀ ଭାରତୀ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାଇବର ସଚେତନତା ଶିବରରେ ସାଇବର ଓ ଟ୍ରାଫିକ ପୋଲିସର ସଦଳବଳେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ ଓ ଯେକୌଣସି ପ୍ରକାରର ଯଦି ସାଇବର ଠକେଇର ଶିକାର ହେଉଛନ୍ତି ତାହଲେ ତୁରନ୍ତ ୧୯୩୦ ନମ୍ବର କୁ ଡ଼ାଏଲ୍‌ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ସାଇବର ଓ ଟ୍ରାଫିକ ପୋଲିସର ଏଭଳକି କାମକୁ ଦେଖି ସାଧାରଣରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.