ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିରର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ଜିଲ୍ଲା ସଂଘର ସମ୍ପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ମଧୁସୂଦନ ନାୟକ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ଉପସଭାପତି ଧ୍ରୁବରାଜ ଚୋପାଦର, ଅନ୍ନପୂର୍ଣ୍ଣା ନନ୍ଦ, ସହ ସମ୍ପାଦିକା ଅନୁପମା ପ୍ରହରାଜ, ଭୀମସେନ ଦଣ୍ଡସେନା, ସଞ୍ଜିତ କୁମାର ଦୋରା, ମହିଳା ପ୍ରକୋଷ୍ଠ ସଭାନେତ୍ରୀ ଲକ୍ଷ୍ମୀପ୍ରିୟ ପଟେଲ, ଉପସଭାପତି ବସନ୍ତ ବୁଡେକ, ବୈଦ୍ରୁତ ସାହୁ, ପ୍ରଶାନ୍ତ ପୁରୋହିତ, ତୁଷାର କର୍ମୀ, ଗୌରୀ ରାଉତ, ନାରାୟଣ କିଷାନ, ଆଗଲପୁର ସଭାପତି ଦୁର୍ଯ୍ୟୋଧନ ପଶାୟତଙ୍କ ସମେତ ପ୍ରତି ବ୍ଲକରୁ ଅନୁନ୍ୟ ଦୁଇଜଣ ପ୍ରତିନିଧିତ୍ଵ କରିଥିଲେ । ୦୧,୧୦୮୯ରୁ ଯେତେବେଳେ ସ୍କୁଲ, ଶିକ୍ଷଣ ସାମଗ୍ରୀ ଏବଂ ନ୍ୟୁନତମ ଟ.୪୦୦ରେ ଉପାନ୍ତ ଅଂଚଳ ମାନଙ୍କରେ ଅର୍ଦ୍ଧାହାରରେ ମଫସଲ ଅଂଚଳରେ ଶିକ୍ଷକତା କରିଥିଲେ । ସାଇକେଲ ଟେ କିଣିବା ତ ଦୂରର କଥା, ଯାହା ପାଖରେ ସାଇକେଲ ଥିବ ସେ ନଟ ବ୍ଲୁଟ ପଡିଗଲେ କି ପେଞ୍ଚ ଟେ ହୋଇଗଲେ ମରାମତି କରି ପାରୁ ନ ଥିଲେ, ଏହି ଶିକ୍ଷକମାନେ ୧୯୯୪ରେ ନିୟମିତ ହେଲେ ସୁଦ୍ଧା ଟ. ୧୦୦୦ରେ ବର୍ଷ ବର୍ଷ ଧରି ଚାକିରୀ କରିଥିଲେ । ସରକାରଙ୍କୁ ଏହି ସଂକ୍ରାନ୍ତରେ ଆବେଦନ ପତ୍ର ଦେବକୁ ପ୍ରସ୍ତାବ ଆସିଥିଲା । ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକ ମାନଙ୍କୁ ଇଂକ୍ରିମେଣ୍ଟ ଦେବାରେ, ସରକାର ଛାଡି ଦେଇଛନ୍ତି ତାଙ୍କୁ ମଧ୍ୟ ୬ଟି ଇଂକ୍ରିମେଣ୍ଟ ଦେବା ପାଇଁ ପିଟିସନ ଦିଆଯିବ । ଆସନ୍ତା ଶିଶୁ ଦିବସ ୨୦୨୫ ଭୀମ ପାହାଡ଼ରେ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ ଜାତୀୟ ସ୍ତରର ଶିକ୍ଷକ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବ । ସଭା ଶେଷରେ ସମସ୍ତ ପ୍ରସ୍ତାବ ସର୍ବ ସମର୍ଥନ କ୍ରମେ ପାରିତ ହେବା ପରେ ପଦକ୍ଷେପ ପାଇଁ ନିଷ୍ପତ୍ତି ଗ୍ରହଣ କରି ସଭାନେତ୍ରୀ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.