ଟିଟିଲାଗଡ଼ ରାମକୃଷ୍ଣ ମିଶନ ଆଶ୍ରମରେ କାଳୀ ପୂଜା ଧୁମଧାମରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁକ୍ତିଧାମ ପଛ ପଟେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ପରିସର ଭିତରେ ଥିବା କାଳୀ ମନ୍ଦିରରେ ମା’ କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମା’ କାଳୀଙ୍କ ପୂଜା ଦୀପାବଳୀ ରାତିରେ କରାଯାଇଥାଏ । ଏହି ଅବସରରେ ମା’ କାଳୀଙ୍କ ଦର୍ଶନ ଲାଭ କରିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ବିଜେପି ନେତା ପ୍ରମୋଦ ସରାଫ, ପ୍ରଦୀପ ସାହୁଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ମା’ କାଳୀଙ୍କ ପୂଜା ସରିବା ପରେ ପ୍ରଥମେ ଭୋଗ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପୂଜକ ଭାବେ ସ୍ୱାମୀ ଦିବ୍ୟା ରଞ୍ଜନଙ୍କ ସହ ସ୍ୱାମୀ ଧିରେଶା ନନ୍ଦ, ପୁଣ୍ୟାତ୍ମା ନନ୍ଦ, ପୁରୁଷୋତ୍ତମା ନନ୍ଦ, ବ୍ରହ୍ମ ଚାରି ଅନନ୍ତ ମିଶି ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ବଙ୍ଗାଳୀ ମାନଙ୍କ ମୁଖ୍ୟ ଦେବୀ ହିସାବରେ ମା’ କାଳୀଙ୍କ ପୂଜା ବହୁତ ଜୋରସୋରରେ ସାରା ଦେଶରେ ଆୟୋଜନ କରାଯାଉଥିବା ବେଳେ ଟିଟିଲାଗଡ଼ ବଙ୍ଗାଳୀ ସମାଜର ସଦସ୍ୟମାନେ ଏହି ପୂଜା କରିବା ପାଇଁ ସମସ୍ତେ ଅନ୍ୟ ଆଶ୍ରମର ସଦସ୍ୟ ମାନଙ୍କ ସହ ମିଶି ସହଯୋଗ କରିଥିଲେ । ବଙ୍ଗାଳୀ ସମାଜର କଲ୍ୟାଣ କୁମାର ବୋଷ, ଡ ପ୍ରଦୀପ ସମାଜପତି, ଦୀପକ ସମାଦାର୍, ନବାଙ୍କୁର ଭଟାଚାର୍ଯ୍ୟ, ଶେଖର ସିନହା, କାଳି ମୁଖାର୍ଜୀ, ଭୋଲା ସରକାର, ଓଭିଶେଖ ଲାହା, ପ୍ରଦୀପ ଦେ, ଶଙ୍କର ଦାସ, ପ୍ରସନ୍ନ ଷଡଙ୍ଗୀ, ଜୀବନ ପ୍ରଧାନ, ଶୋଭାକର ଭୋଇ ଓ ଅନ୍ୟାନ୍ୟ ସ

Leave A Reply

Your email address will not be published.