ହାପି ମୋମେଣ୍ଟସର ଦଶମ ଶ୍ରାବଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦଶମ ଶ୍ରାବଣ ଉତ୍ସବ ୨୦୨୫ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ବରଗଡ଼ରୁ ଡୋଳାମଣୀ ଶତପଥୀ, ବଲାଙ୍ଗିରରୁ ସନ୍ତୋଷ କୁମାର ନାୟକ, ଝାରସୁଗୁଡ଼ାରୁ ବଂଶୀଧର ପ୍ରସାଦ, ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ପ୍ରେମାନନ୍ଦ ସାମଲ, ପ୍ରଦୀପ ବିଶୋଇ, ଉଷାରାଣୀ ଶତପଥୀ, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସବୁଜ ଶ୍ରାବଣ ଥିମ୍ ଥିବାଏହି କାର୍ଯ୍ୟକ୍ରମରେ କବିତା ପାଠ, ନୃତ୍ୟ, ମଡେଲିଙ୍ଗ, ସଂଗୀତର ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ଆଦି କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସଜନାଗଛ ରୋପଣ ଓ ତାର ଔଷଧୀୟ ଗୁଣ, ମୋବାଇଲ ବ୍ୟବହାର ହ୍ରାସ, ନିଶାଦ୍ରବ୍ୟ ବର୍ଜନ, ସମସ୍ତଙ୍କ ମଧ୍ୟରେ ଭାଇଚାରା, ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଉପରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ତଥା ଅତିଥିଭାବେ ପ୍ରଜ୍ଞା ପରମିତା ଦାସ, ପୂଜା ନାୟକ, ସୋନୁ ତନ୍ତୀ, ପଦ୍ମାରାଣୀ ବେହୁରା ପ୍ରମୁଖ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ପ୍ରତିଯୋଗିତା ଗୁଡ଼ିକରେ କନିଷ୍ଠ, ବରିଷ୍ଠ ଓ ବିବାହିତ ମହିଳାଙ୍କ ମଧ୍ୟରେ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସାହିତ୍ୟ ସାରଥୀ ସମ୍ମାନ ୨୦୨୫ ପାଇଁ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, କବି କୁଞ୍ଜବିହାରୀ ରାଉତ, ସନ୍ତୋଷ ଉପାଧ୍ୟାୟ, ଦିବାକର ଦାସ, ଡୋଲାମଣୀ ଶତପଥୀ, ସନ୍ତୋଷ କୁମାର ନାୟକ, ବଂଶୀଧର ପ୍ରସାଦଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଧନଲକ୍ଷ୍ମୀ ବେହେରା, ରଞ୍ଜନ ସାହୁ, ସୁଚିତ୍ରା ଦର୍ଜି, ପ୍ରଭାତ ବେହୁରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.