ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟର ନବୀକରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟକୁ ନବୀକରଣ କରାଯାଇଛି । ଏହି ନବୀକରଣ କାର୍ଯ୍ୟରେ ମହାସଭାର ଉପଦେଷ୍ଟା ଡାକ୍ତର ଗୋପବନ୍ଧୁ ବଳ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ସମସ୍ତ ସଭ୍ୟଙ୍କ ଐକ୍ୟବଦ୍ଧତା ଓ ସମର୍ପିତ ମନୋଭାବ ପାଇଁ ଏହି କାର୍ଯ୍ୟ ସମାପନ ହୋଇପାରିଛି । ଆଗାମୀ ଦିନରେ ମହାସଭାକୁ ଅଧିକ ସଂଗଠିତ, ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ମିଳିତ ପ୍ରୟାସ ଆବଶ୍ୟକ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ଶଶଧର ପାତ୍ର, ବରିଷ୍ଠ ସଦସ୍ୟ ରବିନାରାୟଣ ପରିଡ଼ା, ଗଙ୍ଗାଧର ନାୟକ, ଚାନ୍ଦମଣୀ ବେହୁରିଆ, ସସ୍ମିତା ପ୍ରଧାନ, ଉଗ୍ରସେନ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.