mahavir

ଆମ ଆଦମି ପାର୍ଟି ବଲାଙ୍ଗିର ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ମାସ ହୋଇଯିବ ବଲାଙ୍ଗିର ଦେଓଗାଁ ବ୍ଲକ ଉପରଝର ଗ୍ରାମ ପଞ୍ଚାୟତର ରେଙ୍ଗାଲି, ଫଟାମୁଣ୍ଡା, ନୁଆପାଲି, ଉପରଝର, କୁହିମୁଣ୍ଡା ଗାଁର ଚାଷୀମାନଙ୍କ ଜୀବନ ବେହାଲ କାରଣ ଦୁଇ ମାସ ହୋଇଯିବ ରେଙ୍ଗାଲିରେ ଲାଇଟ ଖୁମ୍ବ ଏବଂ ତାର ପଡି ଯାଇଥିବାରୁ ଚାଷୀମାନଙ୍କର ଅନେକ ଅସୁବିଧା ହେଉଛି । ରେଙ୍ଗାଲିର ସପ୍ଲେ ପାଣି ବନ୍ଦ ହୋଇଯାଇଛି ଏବଂ ରେଙ୍ଗଲି, ଫଟାମୁଣ୍ଡା, କୁହିମୁଣ୍ଡା, ଉପରଝର ଏବଂ ନୁଆପାଲି ଏହି ପାଂଚଖଣ୍ଡ ଗାଁର ହାରାହାରି ୬୦ରୁ ଉଦ୍ଧ୍ୱର୍ ଚାଷୀଙ୍କ ଚାଷ ଜମିକୁ ବିଜୁଳି ଯିବା ବନ୍ଦ ହୋଇଯାଇଥିବାରୁ ସହସ୍ର ଏକର ଜମିର ଚାଷ ମଧ୍ୟ ମରିବାକୁ ଯାଉଛି । ଚାଷୀମାନେ ଅଧିକାରୀଙ୍କୁ ଜଣାଇଲା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ । ଯାହାଫଳରେ ଚାଷୀ ହତାଶ । ଶେଷରେ ଚାଷୀମାନେ ଏହି ସବୁ ସମସ୍ୟା ଆପ୍‌ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କୁ ଜଣାଇଥିଲେ । ଶ୍ରୀ ପାଣ୍ଡେ ବଲାଙ୍ଗିର ସୁପରିଟେଣ୍ଡେଣ୍ଟ ଅଫ୍‌ ଇଲେକ୍ଟ୍ରି ବଲାଙ୍ଗିର (ଏସ୍‌ଇ) ଆଶିଷ କୁମାର ପଣ୍ଡାଙ୍କ ସହ ଫୋନ୍‌ ମାଧ୍ୟମରେ କଥା ହୋଇ ଆଜି ଏସ୍‌ଇ ବଲାଙ୍ଗିରଙ୍କୁ ଚାଷୀମାନଙ୍କ ସହିତ ଆପ୍‌ ନେତା ପାଣ୍ଡେ ସାକ୍ଷାତ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ । ବଲାଙ୍ଗିର ଏସ୍‌ଇ ଶ୍ରୀ ପାଣ୍ଡେ ସାକ୍ଷାତ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ । ଉତ୍ତରରେ ବଲାଙ୍ଗିର ଏସ୍‌ଇ ଶ୍ରୀ ପଣ୍ଡା ଚାଷୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ କହି ସାଙ୍ଗେ ସଙ୍ଗେ ଏସ୍‌ଡିଓ ତୁଷୁରାକୁ କଲ୍‌ କରି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ଆଦେଶ ଦେଇଥିଲେ ଏବଂ ପ୍ରତିଶୃତି ଦେଇଥିଲେ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଥିଲେ ।

Leave A Reply

Your email address will not be published.