ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସର୍ଗୁଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରପଦର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବବ୍ରତ ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡୁଙ୍ଗୁରିପାଲି ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ମୁଖ୍ୟବକ୍ତା, ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚମ୍ପାଡୁଲିର ସହକାରୀ ଶିକ୍ଷକ କୃପାସିନ୍ଧୁ ହରିପାଲ ମଞ୍ଚରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମହାମୟ ସୁରଭିର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ଦିଗରେ ଶିଶୁ ମହୋତ୍ସବ ସୁରଭି ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବନ୍ଧପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବନ୍ଧପାଲି ପ୍ରଧାନ ଶିକ୍ଷକ ଥବିର ବୁଡେକ, ସର୍ଗୁଲ ସିଆର୍ସିସି ନୀଳକଣ୍ଠ ନାଏକ, ଚିନାଯୁରୀ ସିଆର୍ସିସି ରମେଶ ଚନ୍ଦ୍ର ଭୋଇ, ଅନ୍ଧାରୀବାଞ୍ଜି ସିଆର୍ସିସି ଚିତ୍ତରଞ୍ଜନ ଠାକୁର ଓ ଅନ୍ୟାନ୍ୟ ସିଆର୍ସିସିମାନେ ବିଶେଷ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରସନ୍ନ କୁମାର ତାଣ୍ଡି ଏବଂ ଶିକ୍ଷୟିତ୍ରୀ ସୁନୀତା ସେଠ୍ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ନେଇଥିଲେ ଯୋଗାନନ୍ଦ ପ୍ରଧାନ, ବାଳ କିଶୋର ମେହେର, ଦିବ୍ୟକିଶୋର ଯୋଶୀ, ପୂର୍ଣ୍ଣଚନ୍ଦ୍ର କୁମ୍ଭାର, ଦୟାନିଧି ବୁଡେକ, ପ୍ରଫୁଲ୍ଲ କୁମାର ସାହୁ, ଗୋପବନ୍ଧୁ ବାଗ୍, ପ୍ରତ୍ୟୁଷ କୁମାର ସାହୁ, ପ୍ରବୀଣ କୁମାର ବିଶି, ସୁଶୀଲ ସେଠ୍, ଅଶ୍ୱିନୀ ବେହେରା ।
Prev Post