ମା’ ତାରିଣୀ ଡାଇଗ୍ନୋଷ୍ଟିକ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲାର ସେକ୍ଟର ୫ ସ୍ଥିତ ଡିଆଇଜି ପଶ୍ଚିମ ରେଞ୍ଜ କାର୍ଯ୍ୟାଳୟ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ସୁଚିତ୍ରା ତନ୍ତୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆମ ପୋଲିସ ଆମର ଗର୍ବ । ପୋଲିସମାନେ ସ୍ୱାସ୍ଥ୍ୟବାନ ରହିଲେ ଆମେ ସୁରକ୍ଷିତ ରହିବା । ଏହି କାର୍ଯ୍ୟକ୍ରମଟି ତାରିଣୀ ଡାଇଗ୍ନୋଷ୍ଟିକର ସିନିଅର ଟେକ୍ନିସିଆନ ପ୍ରଶାନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ପୋଲିସ କର୍ମୀ ମାନଙ୍କର ରକ୍ତଚାପ, ମଧୁମେହ, ଓଜନ ମାପ କରାଯାଇଥିଲା । ଶତାଧିକ ପୋଲିସ ଭାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅବିନାଶ ସାମଲ, ପ୍ରଶାନ୍ତ ଦାସ, ପ୍ରଶାନ୍ତ ନାୟକ, ସୁଦୀପ୍ତ ଦାସ, ଅଶୋକ ଜୟସିଂ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.