ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାହ୍ନୁଚରଣ ମେହେରଙ୍କ ସଭାପତିତ୍ୱରେ ମାଲପଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ସୁଭାଷିନୀ ନନ୍ଦ ଓ ସମ୍ମାନିତ ଅତିଥି ଭାବରେ ପାଇକମାଲ ଏବିଇଓ ରାଧେଶ୍ୟାମ ମେହେର, ସ୍କୁଲ ପରିଚାଳନା କମିଟି ସଭାପତି ସୁରେଶ ସାହୁ, ନାଏବ ସରପଞ୍ଚ ମାଳତୀ କୁଅଁର, ରତିକାନ୍ତ ସାହୁ, ସିଆର୍ସିସି ସୁଜାତା ଧରୁଆ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାପତି ସନ୍ତୋଷ ପାଢ଼ୀ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପାଇକମାଲ ବିଇଓ ଅଦନ ସୁନା ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ଯୁବରାଜ ବେଶ୍ରା, ଏବିଇଓ ଚକାମନ ସୁନା, ସଂଯୋଜକ ତଥା ସିଆର୍ସିସି ସନ୍ତୋଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଫକୀର ମୋହନ ବାରିକ ସଭା ପରିଚାଳନା କରିଥିଲେ । ମାଲପଡା କ୍ଳଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ସହଯୋଗ କରିଥିବା ବେଳେ ହେମସାଗର ସାହୁ ଧନ୍ୟବାଦ ଦେଇଥିଲେ ।