ବିସ୍ଥାପିତ କମିଟି ଦ୍ଵାରା ସାମ୍ୱାଦିକ ସମ୍ମିଳନୀ

ସଇଁତଲା, (ଖୁସିରାଣୀ ସାହୁ) : ୧୯୮୫ ମସିହାରେ ପ୍ରାୟ ୨୦୦ ପରିବାରକୁ ବିସ୍ଥାପିତ କରି ବଡ଼ମାଲଠାରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଥିଲା । ତେବେ ସେହି ସମୟରେ କାରଖାନାରେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ବି କିଛି ବିସ୍ଥାପିତ ନିଯୁକ୍ତିରୁ ବଞ୍ଚିତ ଅଛନ୍ତି । ତା’ସହ କାରଖାନା ଦିନକୁ ଦିନ ଘରୋଇ କରଣ ହେଉଥିବା ବେଳେ କିଛି ନିଯୁକ୍ତି ବାହାରୁଛି ତେବେ କାରଖାନା ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ସବୁବେଳେ କାରଖାନା ଅଣଦେଖା କରୁଛି । ତା’ସହ ଘରୋଇ ସୁରକ୍ଷା କର୍ମୀକୁ ଆଗାମୀ ଦିନରେ ହଟାଇ ଅବସର ସୈନିକକୁ କାରଖାନାରେ ଭର୍ତ୍ତି କରାଯିବା ନେଇ ଘରୋଇ ସୁରକ୍ଷା କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ବିସ୍ଥାପିତ କମିଟି ଚେତାବନୀ ଦେଇଛି ।

Leave A Reply

Your email address will not be published.