csstore

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ବରେଣ୍ୟ କବି ପ୍ରଶାନ୍ତ କୁମାର ଶତପଥି, ଛତ୍ରପୁର ପୌରାଞ୍ଚଳ ୯ ନଂ ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ, ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ଯୁବନେତା ବଳିଆ ବେହେରା, କାଳିଆ ରାଉଳ, ସୁଧୀର କୁମାର ପାଢ଼ୀ, ଅଟଳ ବିହାରୀ ପଟ୍ଟନାୟକ ଓ ସୁବ୍ରତ ପଢିଆରୀଙ୍କ ସମେତ ବହୁ ସାମାଜିକ କର୍ମୀମାନେ ଯୋଗଦେଇ ସ୍ଥାନୀୟ ଭିଆଇପି ରୋଡ଼ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ତାଙ୍କର ସ୍ମୃତି ଚାରଣ କରିଥିାଲ ।

jayashree
Leave A Reply

Your email address will not be published.