
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ ଜିଲ୍ଲା ସୋହେଲାର ପ୍ରସିଦ୍ଧ ଦୂର୍ଗାପୂଜା ଅବସରରେ ଏକ ସ୍ୱତନ୍ତ୍ର ସମାରୋହରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତାଙ୍କ ଆବାହକରେ ସଭାପତି ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଡ଼. ତୁଷାର କାନ୍ତ ସାହୁଙ୍କ ସଂଯୋଜନାରେ ତଥା ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପୂଜା କମିଟି କାର୍ଯ୍ୟକାରୀ ସଭାପତି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓଡ଼ିଶାରେ ରେକର୍ଡିଂର ସୁବିଧା ନ ଥିବା ସମୟରେ ଓଡ଼ିଶା ବାହାରେ ଏଲପି ରେକର୍ଡ, ଇପି ରେକର୍ଡ ଅଡିଓ, ଆକାଶବାଣୀ, ଦୂରଦର୍ଶନରେ, ବକେଲି, ଭାଇଜିଉତିଆ, ଭୂତକେଲି, ଓଡ଼ିଶାରେ ସୁବିଧା ହେବାପରେ ଚଳଚ୍ଚିତ୍ର ଭୂଖା, ମୁଇଁ ନାଇଁ ମରେ’ର ମନଭାଙ୍ଗି ଭୂମିକାରେ ଅଭିନୟ କରି କଣ୍ଠଦାନ ସମେତ ଅନେକ ରେକର୍ଡରେ ଅଭିନୟ ଏବଂ କଣ୍ଠଦାନ କରିଥିବା ଗୁରୁ ଭଗବାନ ସାହୁଙ୍କ ସଂସ୍ପର୍ଶରେ ଆସିବା ସହ କେତେକ ମଞ୍ଚରେ ଗୁରୁ ଭଗବାନ ସାହୁଙ୍କ ହାତରୁ ସମ୍ମାନିତ ହୋଇଥିବା ରେକର୍ଡ ସଂଖ୍ୟକ ୮୫୦ଟି ଗୀତର ଅବହେଳିତ ଗାୟିକା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁ ଭଗବାନ ସାହୁ ସମ୍ମାନ, ବିଜୟଲକ୍ଷ୍ମୀ ଦାଶଙ୍କ ଦ୍ୱାରା ଭୂଖା ଚଳଚ୍ଚିତ୍ରର “ଫଟାଇ ଖାଇଲି ବେଲ କୁକିଲରେ” ପୂଜା କମିଟି ଅତିଥି ଗଣ ଏବଂ ଦର୍ଶକ ଭରପୂର ମଜା ନେଇଥିଲେ ।