
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଦି’ ନିଉ ଲାଇଫ କନ୍ଫରେନ୍ସ ହଲ, ମିଶନ କମ୍ପାଉଣ୍ଡ, ବଲାଙ୍ଗିର ଠାରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଆଚାର୍ଯ୍ୟ ସୁଚିତ୍ର ସୁନା, ମଧୁସୂଦନ ନାୟକ ଓ ଅଜିତ ମିଶ୍ରଙ୍କର ଆତିଥ୍ୟରେ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପଟେଲ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ରାଜ୍ୟ ଉପସଭାପତି ପ୍ରଶାନ୍ତ ପୁରୋହିତ, ବିପିନ ବୁଡେକ, ଭୀମସେନ ଦଣ୍ଡସେନା, ବସନ୍ତ ବୁଡେକ, ସଞ୍ଜିବ ଦୋରା, ଦୁର୍ଯ୍ୟୋଧନ ପଶାୟତ, ରଘୁନାଥ ଷଡଙ୍ଗୀ ପ୍ରମୁଖ ଜିଲ୍ଲା ସଂଘର ସଦସ୍ୟ ଉପସ୍ଥିତ ଥିଲେ । ସଭାରେ ଶିକ୍ଷକଙ୍କ ସ୍ୱ-ଅନୁଶାସନ, କର୍ତ୍ତବ୍ୟ ପରାୟଣତା ବ୍ୟତୀତ ସମାଜ ସଂସ୍କାରରେ ତାଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଇ.ଆଇରୁ ଆସୁଥିବା ଶିକ୍ଷକ ଅନୁୁଦାନର ଦୁରୁପଯୋଗ, ଭୁବନେଶ୍ୱର, ପୁରୀ ଓ କଟକ ଶିକ୍ଷକ ଭବନର ଦୂରାବସ୍ଥା ତଥା ଶିକ୍ଷକ ସଂଘରେ ବିଭାଜନ ଓ ପରସ୍ପର ବିରୋଧ କାର୍ଯ୍ୟକଳାପକୁ ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ଦୁଃଖ ପ୍ରକାଶ କରାଯାଇଥିଲା । ବିଭାଗ ଓ ସମାଜର ପ୍ରଗତି ସହ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ବ୍ରତି ହେବାକୁ ଶପଥ ଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁପ୍ରଶାସନକୁ ଧନ୍ୟବାଦ ଦେଇ ସଭାନେତ୍ରୀ ସଭା ସାଙ୍ଗ କରିଥିଲେ ।